Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଫ୍ରିଜ୍, ଟିଭିରେ ଲାଗିଲା ନିଆଁ…ବନ୍ଦ ଘରେ ଶ୍ୱାସ ରୁଦ୍ଧ ହୋଇ ପ୍ରାଣ ହରାଇଲେ ମହିଳାଙ୍କ ସହ ୫ ଶିଶୁ

30/12/2019 at 6:36 PM

ଗାଜିଆବାଦ ୩୦।୧୨- ଶୀତର ପ୍ରକୋପରୁ ରକ୍ଷା ପାଇବା ଲାଗି ଗୋଟିଏ ଘରେ ଶୋଇଥିଲେ, ଶ୍ୱାସ ରୁଦ୍ଧ ହୋଇ ଗଲେ ଚିର ନିଦ୍ରା । ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ । ମୃତଙ୍କ ମଧ୍ୟରେ ଜଣେ ମହିଳା ଏବଂ ୫ ଜଣ କମ୍ ବୟସର ପିଲା ।  ଗାଜିଆବାଦର ଲୋନି ଟାଉନରେ ରବିବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା । ସର୍ଟ ସର୍କିଟ୍‌ରୁ ଏପରି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି ।

ଲୋନି ଟାଉନର ଉତ୍ତରାଞ୍ଚଳ ବିହାର କଲୋନୀରେ ଏହି ଅଭାବନୀୟ ଘଟଣାଟି ଘଟିଛି । ଗୋଟିଏ ପରିବାରର କିଛି ସଦସ୍ୟ ମେରୁଟକୁ ଏକ ବିବାହ ଉତ୍ସବ ଲାଗି ଯାଇଥିଲେ । ତିନି ମହଲାର ଘରଟିରେ ଘରେ ଥିଲେ ୪୦ ବର୍ଷିଆ ପରବିନ୍ ଏବଂ ୫ ଜଣ ଶିଶୁ । ସେମାନେ ପ୍ରବଳ ଶୀତକାରଣରୁ ତଲ ମହଲାର  ଗୋଟିଏ କୋଠରୀରେ ଶୋଇଥିଲେ ।କୋଠରୀଟି ଭିତରୁ ବନ୍ଦ କରି ସେମାନେ ଶୋଇଥିବା ବେଳେ,ସର୍ଟ ସର୍କିଟ୍‌ରୁ ଅଗ୍ନିକାଣ୍ଡ ଘଟିଥିଲା । ସେହି କୋଠରୀରେ ଏକ ଫ୍ରିଜ୍ ଏବଂ ଟିଭି ଥିଲା । ସେଥିରେ ନିଆଁ ଧରିଥିଲା ଏବଂ କୋଠରୀଟି ଏକ ଗ୍ୟାସ ଚ୍ୟାମ୍ବର ହୋଇଯାଇଥିଲା ବୋଲି  ତଦନ୍ତକାରୀ ପୋଲିସ ସୂତ୍ରରୁ ପ୍ରକାଶ ।  ନିଦରେ ଶୋଇଥିବା ମହିଳା କିମ୍ବା କୌଣସି ଶିଶୁ ସେହି ଘରୁ ବାହାରି ପାରିନଥିଲେ । ସେମାନେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ମନେ ହେଉଥିବା କହିଛନ୍ତି ତଦନ୍ତକାରୀ ଟିମ୍‌ । ମୃତ ଶିଶୁ ମାନଙ୍କର ବୟସ ୫ ରୁ ୧୨ ବର୍ଷ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଦୁଇ ଜଣ ପୁଅ । ମୃତ ମହିଳା ଜଣକ ଶିଶୁ ମାନଙ୍କର ପିଉସୀ ।

 ସବୁଠୁ ବିସ୍ମୟକର କଥାଟି ହେଲା, ୬ ଜଣଙ୍କ  ମୃତ୍ୟୁ ସମ୍ପର୍କରେ ସକାଳେ ଜଣାପଡିଥିଲା । ସେହି ଘରେ ଥିବା ପିଲା ମାନେ ସକାଳୁ ସ୍କୁଲ ଯିବା କଥା । କିନ୍ତୁ ସେମାନେ ସକାଳୁ ନଉଠିବାରୁ ପଡୋଶୀଙ୍କର ସନ୍ଦେହ ହେଲା । ସେମାନେ ଆସି ଘର କବାଟ ବାଡେଇବା ପରେ ଘଟଣା ସଂପର୍କରେ ଜଣାପଡିଥିଲା । ପୋଲିସ ଏବଂ ଦମକଳ ବାହିନୀ କର୍ମଚାରୀ ଆସି ମୃତକ ମାନଙ୍କୁ ଉଦ୍ଧାର କରିଥିଲେ । ସେମାନେ ଶ୍ୱାସ ରୁଦ୍ଧ ହୋଇ ପ୍ରାଣ ହରାଇଥିବା ବେଳେ, ସେମାନଙ୍କ ଶରୀରରେ ଅଳ୍ପ ପୋଡା ଦାଗ ବି ହୋଇଛି । ସେହି ଘରଟିରେ ଗୋଟିଏ ପରିବାରର ୫ ଭାଇଙ୍କ ପରିବାର ରହୁଥିଲେ । କିନ୍ତୁ ଅନ୍ୟମାନେ ଏକ ବିବାହ ଭୋଜୀ ଲାଗି ସେମାନଙ୍କ ଗାଁ ମେରୁଟର ଜାନୀକୁ ଯାଇଥିଲେ । ପୋଲିସ ମୃତ ଦେହ ଗୁଡିକୁପୋଷ୍ଟ ମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛି । 

   Related Posts