୪ ଦିନ ପରେ ଶବ ଗୃହରୁ ଉଠିଲା ୫ ମୃତଦେହ, କ୍ଷତିପୂରଣ ମିଳିବା ପ୍ରତିଶୃତି ପରେ ଉଠିଲା ଶବ

Published By : Prameya-News7 Bureau | January 25, 2020 IST

ରାଉରକେଲା ୨୫।୧: କ୍ଷତିପୂରଣ ମିଳିବା ପରେ ଶବ ଗୃହରୁ ଉଠିଲା ୫ ମୃତଦେହ । ଗତ ୨୨ ତାରିଖରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ବିଜୁ ଏକ୍ସପ୍ରେସ ଓ୍ବେ ରାମବାହଲଠାରେ କାର ମାଡିଯିବାରୁ ଘଟଣାସ୍ଥଳରେ ୪ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ରାଉକେଲା ସରକାରୀ ଡାକ୍ତରଖାନରେ ଜଣଙ୍କର ମୃତ୍ୟୁ ହୋଇଥିଲା ।

{"id":215740,"sizeSlug":"large"}

ଗତକାଲି କ୍ଷତିପୂରଣ ବାବଦକୁ ରେଡକ୍ରସ୍ ପକ୍ଷରୁ ୨୦ ହଜାର ଟଙ୍କା, ଜାତୀୟ ପରିବାର ସହାୟତା ପକ୍ଷରୁ ୨୦ ହଜାର ଟଙ୍କା, ଇଏସଆଇ ପକ୍ଷରୁ ୧୫ ହଜାର ଟଙ୍କା, ଏଲଆଣ୍ଡଟି  ଅଧୀନରେ ଆସୁଥିବା ଠିକା ସଂସ୍ଥା ସିକ୍ର୍ୟୁଟି ଆଣ୍ଡ ସର୍ଭିସ ପକ୍ଷରୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ସହ ମୃତକଙ୍କ ପରିବାରକୁ ପ୍ରତ୍ୟେକ ମାସରେ ପେନସନ ବାବଦକୁ ୭୨୦୦ ଟଙ୍କା , ମୃତକଙ୍କ ପରିବାରର ଜଣଙ୍କୁ ଚାକିରୀ, ବୀମା ବାବଦକୁ ୧୧ ଲକ୍ଷ ଟଙ୍କା, ଆହତ ହୋଇ ଚିକିତ୍ସାଧିନଥିବା ଦୌପଦୀ ବାଡାଙ୍କୁ  ଚିକିତ୍ସା ସହାୟତା ପ୍ରଦାନ ପ୍ରତିଶ୍ରୁତି ପରେ ଆଜି ୫ ମୃତଦେହ ଶବ ଗୃହରୁ ଉଠିଛି ।  ଶବ ବ୍ୟବଚ୍ଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.