Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ଗାଁକୁ ୫ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା

17/06/2020 at 3:30 PM

ବ୍ରହ୍ମଗିରି ୧୭।୦୬:  ପଞ୍ଚାୟତକୁ ୫ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା । ପୁରୀ  ଜିଲ୍ଲା ବ୍ରହ୍ମଗିରି ପଞ୍ଚାୟତର ବ୍ରହ୍ମଗିରି ଗାଁକୁ ୫ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ସରପଞ୍ଚ ମଧୁସ୍ମିତା ସାହୁ ଏହି ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ଗତକାଲି ଜଣେ କରୋନା ପିଜିଟିଭ୍‌ ଚିହ୍ନଟ ପରେ ଏଭଳି ପଦକ୍ଷେପ ନେଇଛନ୍ତି ସରପଞ୍ଚ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କରୋନା ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯାଉଛି । ଏପରିକି ଯେ କୌଣସି ସ୍ଥାନୀୟ ଅଞ୍ଚଳରୁ ଆକ୍ରନ୍ତ ଚିହ୍ନଟ ପରେ ସେଠାକାର ସରପଞ୍ଚମାନେ ପୁରା/କିଛି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରୁଛନ୍ତି । ଏପରି ଏକ ଘଟଣା ଦେଖିବାକୁ ମିଳିଛି  ପୁରୀ ଜିଲ୍ଲା ବ୍ରହ୍ମଗିରିର ବ୍ରହ୍ମଗିରି ଗାଁରେ । ଗତକାଲି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସରପଞ୍ଚ ପୂରା ଗାଁକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି । ସରପଞ୍ଚ ମଧୂସ୍ମିତା ସାହୁ ବ୍ରହ୍ମଗିରି ଗାଁକୁ ୫ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ଆଜି ଦିନ ସକାଳ ୧୦ଟାରୁ ସୋମବାର ଦିନ ସକାଳ ୯ଟା ପର୍ଯ୍ୟନ୍ତ ପୁରା ସଟ୍‌ଡାଉନ୍‌ ଜାରି ରହିବ । ଏହି ସମସ୍ତରେ ଜରୁରୀ ନିହାତି ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତଙ୍କ ଉପରେ କଟକଣା ଲଗାଯାଇଛି । ବ୍ରହ୍ମଗିରି ଗାଁର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିଦିଆଯାଇଛି । ସଟ୍‌ଡାଉନ୍‌ରେ ଥିବା ସମସ୍ତ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ସଟଡାଉନ୍ ନିୟମକୁ କଡାକଡି ଭାବେ ଲୋକମାନେ ମାନିବାକୁ ସରପଞ୍ଚ କଡା ନିର୍ଦେଶ ଦେଇଛନ୍ତି । ଯଦି କେହି  ଆଇନ ଅମାନ୍ୟ କରିବ ତେବେ  କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସରପଞ୍ଚ  ।

   Related Posts