Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଡକାୟତି ଉଦ୍ୟମ ପଣ୍ଡ, ୫ଜଣଙ୍କୁ ଗିରଫ କରିବା ସହ ମାରଣାସ୍ତ୍ର ଜବତ କଲା ପୋଲିସ

ଭୁବନେଶ୍ବର ୧୨|୭: ଡକାୟତି ଉଦ୍ୟମ କରୁଥିବାବେଳେ ୫ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ମାରଣାସ୍ତ୍ର ସହ ଲଙ୍କାଗୁଣ୍ଡ ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଗତକାଲି ରାତିରେ ଲିଙ୍ଗରାଜ ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଖବର ପାଇ ବଶିଷ୍ଠନଗର କେନାଲ ବନ୍ଧ ନିକଟରେ ଚଢାଉ କରିଥିଲା । ଚଢାଉ ବେଳେ ୫ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ନାଗେଶ୍ବର ଟାଙ୍ଗୀ ଅଞ୍ଚଳରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ । ସେମାନଙ୍କ ନିକଟରୁ ପୋଲିସ ଗୋଟିଏ କଟୁରୀ, ଗୋଟିଏ କାତି, ୩ଟି ଲୁହା ରଡ୍ ଓ ଗୋଟିଏ ଲଙ୍କାଗୁଣ୍ଡ ପ୍ୟାକେଟ୍ ଜବତ କରିଛି । ଗିରଫ ଡକାୟତମାନେ ହେଲେ ଜଗନ୍ନାଥ ପ୍ରଧାନ, ନରେଶ ବେହେରା, ଅକ୍ଷିନ ମଲିଆ, ସରୋଜ ପାତ୍ର ଏବଂ ପୁନିଆ ଭୋଇ ।

207 Views

   ସମ୍ବନ୍ଧିତ ଖବର