Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ମହିଳାଙ୍କ ସହ ଗଣଦୁଷ୍କର୍ମ କଲେ ୫ ନାବାଳକ: ଭିଡିଓ କରି ୩୦୦ ଟଙ୍କାରେ ବିକିଲେ, ୬ ଗିରଫ

31/01/2021 at 4:37 PM

ନୂଆଦିଲ୍ଲୀ ୩୧/୦୧: ଲଜ୍ଜ ! ହଜିଗଲାଣି ମାନବିକତା। ମହିଳାଙ୍କ ସହ ଗଣଦୁଷ୍କର୍ମ ପରେ ଭିଡିଓ କରି ବଜାରରେ ବିକ୍ରି କରିବା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତି ଏକ ଅମାନୁଷିକ ଘଟଣା ଉତ୍ତରପ୍ରଦେଶ ବାଡୁନ ଜିଲ୍ଲାରେ ଘଟିଛି। ୫ ମୁଖ୍ୟ ଅଭିଯୁକ୍ତ ନାବାଳକ ହୋଇଥିବା ବେଳେ ସେମାନଙ୍କ ପାଖରୁ ଭିଡିଓ କିଣି ଥିବା ଯୁବକର ବୟସ ୨୦ ବର୍ଷ ବୋଲି ଜଣାପଡ଼ିଛି। ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ମାମଲା ଜଣାପଡ଼ିବା ପରେ ଜିଲ୍ଲାରେ ଉତ୍ତେଜନା ସୃଷ୍ଟି ହୋଇଛି।

ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ଖବର ଅନୁସାରେ ଦଳିତ ମହିଳା ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କ ସହ ୫ ରାକ୍ଷସ ଗଣଦୁଷ୍କର୍ମ କରିଥିଲେ। ଗତ ଅକ୍ଟୋବରରେ ଘଟଣାଟି ଘଟିଥିବା ବେଳେ ମହିଳା ଗରିବ ହୋଇଥିବାରୁ ଥାନାରେ ଅଭିଯୋଗ କରିନଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଗଣଦୁଷ୍କର୍ମର ଭିଡିଓ ୩୦୦ ଟଙ୍କାରେ ବିକ୍ରି କରୁଥିବା ନେଇ ପୋଲିସ ଜାଣିବା ପରେ ପୂରା ଘଟଣା ପ୍ରଘଟ ହୋଇଥିଲା।

୫ ଅଭିଯୁକ୍ତ ଅନ୍ୟ ସଂପ୍ରଦାୟର ହୋଇଥିବା ବେଳେ ସେମାନଙ୍କ ବୟସ ୧୫ରୁ ୧୭ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ ପ୍ରଥମେ ଗଣଦୁଷ୍କର୍ମର ଭିଡିଓ ୩୦୦ ଟଙ୍କାରେ ବିକ୍ରି କରିଥିଲା। ପ୍ରଥମେ ଏହି ଭିଡିଓ କିଣି ଥିବା ଯୁବକକୁ ବି ପୋଲିସ ଗିରଫ କରିଛି।

ଦଳିତ ମହିଳାଙ୍କ ସହ ହୋଇଥିବା ଗଣଦୁଷ୍କର୍ମକୁ ସ୍ଥାନୀୟ ଲୋକେ ନିନ୍ଦା କରିଥିବା ବେଳେ ପୀଡ଼ିତା ଗରିବ ହୋଇଥିବାରୁ ଥାନାରେ ଆଶ୍ରୟ ନେଇପାରିନଥିଲେ ବୋଲି କହିଛନ୍ତି। ତେବେ ଘଟଣା ସମୟରେ ମହିଳା ଜଣଙ୍କ ଭିଡିଓ ନକରିବାକୁ କାକୁତି ମିନତି କରିଥିଲେ ମଧ୍ୟ ୫ ବଦମାସ ତାଙ୍କ କଥା ଶୁଣିନଥିବା ଅଭିଯୋଗ ହୋଇଛି। ସେପଟେ ଜିଲ୍ଲା ପ୍ରଶାସନ ମହିଳାଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି। ମହିଳାଙ୍କର ଡାକ୍ତରୀ ପରୀକ୍ଷା କରାଇବା ପରେ ତଦନ୍ତ ଆଗକୁ ବଢ଼ିବ ବୋଲି ପୋଲିସ କହିଛି।  

   Related Posts