ଅନଗୁଳ ୨୧|୭: ଅନଗୁଳ ସାତକୋଶିଆ ଅଭୟାରଣ୍ୟ ଭିତରେ ମହାନଦୀରେ ଛଡାଗଲା ୫ ଘଡ଼ିଆଳ କୁମ୍ଭୀର। ଏମାନଙ୍କ ମଧ୍ୟରେ ୩ ମାଈ ଏବଂ ୨ ଅଣ୍ଡିରା କୁମ୍ଭୀର ଅଛନ୍ତି। ଏମାନଙ୍କର ବୟସ ୪ ବର୍ଷ ହେବ। ନନ୍ଦନକାନନରୁ ଅଣାଯାଇଛି ଏହି କୁମ୍ଭୀର । ଦୁଇ ବିଶେଷଜ୍ଞଙ୍କ ଉପସ୍ଥିତିରେ ଛଡ଼ାଯାଇଛି ଏହି କୁମ୍ଭୀର । କୁମ୍ଭୀର ଦେହରେ ରେଡ଼ିଓ କଲାର ଲଗାଯାଇଛି। ଏଥିରୁ ସେମାନଙ୍କ ଗତିବିଧି ଜାଣିହେବ। ମହାନଦୀ ଡିଭିଜନ ସୁନାଖଣିଆ ଅଞ୍ଚଳରେ ଛଡ଼ାଯାଇଛି । ତା ପୂର୍ବରୁ ସେହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରା ଯାଇଥିଲା। କାହାରିକୁ ସେହି ଅଞ୍ଚଳକୁ ଛଡା ଯାଇନାହିଁ। ମହାନଦୀରେ କୁମ୍ଭୀରଙ୍କ ବଂଶ ବିସ୍ତାର ପାଇଁ ଆରମ୍ଭ ହୋଇଛି ଯୋଜନା।
ଏପ୍ରିଲ୍ ୨୮ରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧି, ମଧୁବାବ...