ଭଦ୍ରକ ୨୬।୧୨: ରାଜପଥରୁ ତଳକୁ ଓହ୍ଲାଉଥିବା ବେଳେ ଭାରସାମ୍ୟ ହରାଇ ଅଟୋଟି ଓଲଟିପଡିଛି । ଫଳର ୫ ଜଣ ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ଡୁଙ୍ଗୁରା ଅଞ୍ଚଳରୁ ଭଦ୍ରକ ଆଡକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି ।
{"id":202748,"sizeSlug":"large"}ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଚରମ୍ପା କେନାଲ ଛକ ନିକଟରେ ବାଲେଶ୍ବର ଆଡୁ ଲୋକଙ୍କୁ ନେଇ ଆସୁଥିବା ଅଟୋ ରାଜପଥରୁ ତଳ ରାସ୍ତାକୁ ଉହ୍ଲାଉଥିବାବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି । ଗୁରୁତରଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି । ଗୁରୁତରଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଜଣ ପୁରୁଷ ଅଛନ୍ତି । ଭଦ୍ରକ ଅଗ୍ନିଶମ ବାହିନୀ ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।