ଟ୍ରକ୍ ଧକ୍କାରେ ୬ଫୁଟ ଖାଇକୁ ଖସିଲା ବୋଲେରୋ, ୫ ଗୁରୁତର

Published By : Prameya-News7 Bureau | January 18, 2020 IST

ଜଳେଶ୍ବର ୧୮।୧: ଟ୍ରକ୍ ଧକ୍କାରେ ୬ ଫୁଟ ଖାଇକୁ ଖସିଲା ବାଲେରୋ । ବାଲେଶ୍ବର ଜିଲ୍ଲା ଜଳେଶ୍ବର- ଚନ୍ଦନେଶ୍ବର ରାସ୍ତାର ନହରା ଛକ ନିକଟରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣା ଫଳରେ ୫ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":212708,"sizeSlug":"large"}

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର- ଚନ୍ଦନେଶ୍ବର ରାସ୍ତାର ନହରା ଛକ ନିକଟରେ ଏକ ବୋଲେରୋକୁ ପଛପଟୁ ଧକ୍କା ଦେଇଥିଲା ଟ୍ରକ । ଫଳରେ ବୋଲେରୋଟି ୬ ଫୁଟ ଖାଇକୁ ଖସିପଡିଥିଲା । ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

{"id":212709,"sizeSlug":"large"}

ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ କୁରୁଳିଆ ଅଞ୍ଚଳର । ବୋଲେରୋରେ ମୋଟ୍ ୧୦ ଜଣ ଯାତ୍ରୀ ଥିଲେ । ସମସ୍ତେ ପିକ୍ ନିକ୍ କରିବାକୁ ଦିଘା ସମୁଦ୍ର ବେଳାଭୂମିକୁ ଆସୁଥିବା ବେଳେ ଦୁର୍ଘଟଣା ଘଟିଛି । ତେବେ ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.