Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ହଜାରିବାଗରେ ଲଜ୍ଜା: ସୀମା ଟପିଲା ୫ ଛାତ୍ରଙ୍କ କ୍ରୁରତା,ଶୌଚ ହେବାକୁ ଯାଇଥିବା ଛାତ୍ରୀଙ୍କୁ ଟେକିନେଇ ଗଣଦୁଷ୍କର୍ମ

21/09/2021 at 9:35 AM

ହଜାରିବାଗ୍ ୨୧/୦୯: ପୁଣି ଗଣଦୁଷ୍କର୍ମର ଶିକାର ହେଲେ ଜଣେ ଛାତ୍ରୀ । ଦଳିତ ଛାତ୍ରୀଙ୍କୁ ପାଞ୍ଚ ଜଣ ଯୁବକ ତାଙ୍କୁ ଗଣବଳାତ୍କାର କରିଛନ୍ତି । ହଜାରିବାଗର ଦାରୁରୁ ନଜର ଆସିଛି ଏଭଳି ଜଘନ୍ୟ ଘଟଣା । ଏବେ ଝିଅଟିର ଅବସ୍ଥା ଗୁରୁତର ହେବାରୁ ତାକୁ ଶେଖ ଭିକାରୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, ସେପ୍ଟେମ୍ବର ୧୮ତାରିଖ ସକାଳେ ନାବାଳିକାକୁ ବଳାତ୍କାର କରାଯାଇଥିଲା ।

ସେହି ସମୟରେ ଝିଅଟି ଅନ୍ୟ ୩ ଝିଅଙ୍କ ସହ ଶୌଚ ହେବାକୁ ଘରୁ ବାହାରକୁ ଆସିଥିଲେ । ଠିକ୍ ଏହି ସମୟରେ ତାଙ୍କୁ ୫ ଜଣ ଛାତ୍ର ଟେକିନେଇ ଗଣଦୁଷ୍କର୍ମ କରିଥିଲେ । ତେବେ ଏତିକିରେ ସରିନିଥିଲା ସେମାନଙ୍କ କ୍ରୁରତା । ଝିଅଟିକୁ ଧମକ ମଧ୍ୟ ଦେଇଥିଲେ । କହିଥିଲେ ପାଟି ଖୋଲିଲେ ଭାିରାଲ କରିଦେବୁ ଭିଡିଓ । ସେହି ଭୟରେ ଝିଅଟି ନୀରବ ରହିଥିଲା ।

ଅବସ୍ଥା ଗୁରୁତର ହେବାରୁ ତାକୁ ମେଡିକାଲକୁ ଆଣିବାରୁ ସବୁ ଘଟମା ସ୍ପଷ୍ଟ ହୋଇଥିଲା ବୋଲି ପରିବାର ଲୋକେ କହିଛନ୍ତି । ଏବେ ନାବାଳିକାଙ୍କ ବିବୃତ୍ତିକୁ ଆଧାର କରି ପୋଲିସ ୫ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି । ସମସ୍ତ ଅଭିଯୁକ୍ତ ପୀଡିତାଙ୍କ ପଡୋଶୀ ଗାଁର ବାସିନ୍ଦା । ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ୧୮ ସେପ୍ଟେମ୍ବର ସକାଳ ୪ଟା ସମୟରେ ଏହି ଘଟଣା ଘଟିଛି ।

ପୀଡିତା ଜଣକ କହିଛନ୍ତି ଯେ ସେ ଏବଂ ଅନ୍ୟ ୩ ଝିଅଙ୍କ ସହ ସକାଳେ ଶୌଚ ହେବାକୁ ବାହାରକୁ ଆସିଥିଲେ । ଏହି ସମୟରେ ପାଞ୍ଚଜଣ ପୁଅ ତାଙ୍କୁ ବାଇକରେ ପିଛା କରୁିଥିଲେ । ପରେ ଜୋର ଜବରଦସ୍ତ ତାଙ୍କୁ ଉଠାଇନେଇ ଯାଇଥିଲେ । ପରେ ଏକ ନିର୍ଜନ ସ୍ଥାନକୁ ନେଇ ସେମାନେ ବଳାତ୍କାର କରିଥିଲେ । ପରେ ଆଣି ଘରେ ଛାଡିଦେଇଯାଇଥିଲେ ।

ଯଦି ସେ କାହାକୁ କୁହନ୍ତି ତେବେ ଭିଡିଓ ଭାଇରାଲ କରିବାକୁ ଧମକ ବି ଦେଇଥିଲେ । ସେପଟେ ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି । ପୀଡିତାଙ୍କୁ ଡାକ୍ତରଖାନା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚାର ବିକାଶ ବାଲ୍କିକୀ ଭେଟି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।

   Related Posts