ସୁସ୍ଥ ରୋଗୀଙ୍କଠୁ ରକ୍ତ ନେଇ କରୋନା ଚିକିତ୍ସା, ସୁସ୍ଥ ହୋଇ ଘରକୁ ଫେରିଲେ ୩ ରୋଗୀ

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୦୧।୦୪: ଚୀନରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରୋନା ରୋଗୀଙ୍କୁ ସୁସ୍ଥ ହୋଇଥିବା ରୋଗୀଙ୍କଠୁ ରକ୍ତ ନେଇ ଚିକିତ୍ସା କରାଯାଇଛି। ଚିକିତ୍ସାର ୧୨ ଦିନ ପରେ ରକ୍ତ ନମୂନା ପରୀକ୍ଷଣ କରାଯାଇଥିଲା। ସବୁଠୁ ବଡ ଆଶ୍ଵସ୍ତିକର କଥା ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଛି।

ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିବା ବେଳେ ବାକି ରୋଗୀଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉପଚାର କରୁଥିବା ଡାକ୍ତରୀ ଦଳର ନେତୃତ୍ଵ ନେଉଥିବା ଡାକ୍ତରଙ୍କ କହିବା କଥା ଏହି ସଫଳ ଚିକିତ୍ସା ଫଳରେ ଅଧିକ କରୋନା ଭାଇରସ ରୋଗୀଙ୍କ ପାଇଁ ସୁସ୍ଥ ହେବାର ଆଶା ସଞ୍ଚାର ହେବ।

ଗତ ସପ୍ତାହରେ ଆମେରିକା ଦ୍ଵାରା ରକ୍ତ ଆଧାରିତ ଚିକିତ୍ସାକୁ ମଞ୍ଜୁରୀ ଦେବା ପରେ ଗୁରୁତର କରୋନା ଭାଇରସ୍‌ ରୋଗୀଙ୍କ ପାଇଁ ଏହି ଆଶାଜନକ ଚିକିତ୍ସାର ଉପଯୋଗ କରିବା ପାଇଁ ବ୍ରିଟେନ୍‌ ଉପରେ ଚାପ ବଢିବାର ଖବର ଆସିଛି।

ସୁସ୍ଥ ହୋଇଥିବା ରୋଗୀଙ୍କ ରକ୍ତ ପ୍ଲାଜମାରେ ଆଣ୍ଟିବୋଡି ହୋଇଥାଏ ଯାହା ଭାଇରସ୍‌ ସହ ଲଢିବା ପାଇଁ ସେମାନଙ୍କର ପ୍ରତିରୋଧ ପ୍ରଣାଳୀକୁ  ବିକଶିତ କରିଥାଏ। ବୈଜ୍ଞାନିକଙ୍କ କହିବା କଥା ବିଧି, ଯାହାକୁ ଦୀକ୍ଷାନ୍ତ ପ୍ଲାଜାମା ଭାବେ କୁହାଯାଏ। ସୁସ୍ଥ ରୋଗୀଙ୍କ ରକ୍ତ ଉପଯୋଗ କରି, ନିଜର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରି ସବୁଠୁ ଗୁରୁତର ରୋଗୀଙ୍କ ଚିକିତ୍ସା କରାଯାଇ ପାରିବ।

ସେନଜେନ ଥାର୍ଡ ପିପୁଲ୍ସ ହସ୍ପିଟାଲ ମାର୍ଚ୍ଚ ୨୭ରେ ଏକ ମେଡିକାଲ ରିପୋର୍ଟ ପ୍ରକାଶ କରିଥିଲେ, ଏଥିରେ ପାଞ୍ଚ ଜଣ ରୋଗୀଙ୍କ ଉପଚାର ପ୍ରକ୍ରିୟାର ସୂଚନା ଦିଆଯାଇଛି। ଏହି ସବୁ ରୋଗୀଙ୍କ ବୟସ ୩୬ ରୁ ୭୩ ବର୍ଷ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.