Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଭଦ୍ରକରେ ଆଜି ଚିହ୍ନଟ ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ବାସୁଦେବପୁରର ଓ ୨ ଭଣ୍ଡାରିପୋଖରୀରର, ଜିଲ୍ଲାର ପାଞ୍ଚ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

20/04/2020 at 9:45 AM

ଭଦ୍ରକ ୨୦।୦୪: ରାଜ୍ୟରେ  ଆଉ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ରାଜ୍ୟରେ  ଚିହ୍ନଟ ହୋଇଥିବା ୭ ଜଣ କରୋନା ପଜିଟିଭ୍ ଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଜିଲ୍ଲାର ଓ ୨ ଜଣ ବାଲେଶ୍ବର ଜିଲ୍ଲାର ବୋଲି ଚିହ୍ନଟ ହୋଇଛନ୍ତି। ତେବେ କିଛି ଦିନର ବ୍ୟବଧାନ ପରେ ପୁଣି ଜ଼ିଲ୍ଲା ରେ ବଢ଼ିଲା ଆକ୍ରାନ୍ତ ଙ୍କ ସଂଖ୍ୟା । ଆଜି ଗୋଟିଏ ଦିନରେ ବାସୁଦେବପୁର ରେ ୩ ଓ ଭଣ୍ଡାରିପୋଖରୀ ବ୍ଲକ ରେ ୨ ପଜିଟିଭ ଚି଼ହ୍ନଟ ହୋଇଛନ୍ତି ।

କରୋନା ପଜିଟିଭ ଚି଼ହ୍ନଟ ପରେ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ କରିଦିଆଯାଇଛି । ସମ୍ପୃକ୍ତ ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଘୋଷଣା କରାଯାଇଥିବା ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ମାଇକ ଦ୍ୱାରା ପ୍ରଚାର କରାଯାଉଛି ।  ଭଣ୍ଡାରୀପୋଖରୀ ର ରହଣିଆ ଓ ତେସିଙ୍ଗା ପଞ୍ଚାୟତ ର  ଅଞ୍ଚଳକୁ ସିଲ କରିଛି ପ୍ରଶାସନ। ଜ଼ିଲ୍ଲା ରେ ଆଜିର ଚି଼ହ୍ନଟ କୁ ମିଶାଇ ମୋଟ ୮ଜଣ ପଜିଟିଭ ବାହାରିଛନ୍ତି ।

ସେଥି ମଧ୍ୟରୁ୨ ଜଣ ସୁସ୍ଥ ହୋଇ ଭଦ୍ରକ ଫେରିଛନ୍ତି । କିନ୍ତୁ ଏକାଥରେ ଗୋଟିଏ ଦିନରେ ୫ଟି ପଜିଟିଭ ବାହାରିବାରୁ ଜ଼ିଲ୍ଲାବାସୀ ଏକ ପ୍ରକାର ଭୟଭୀତ ଅବସ୍ଥାରେ ଅଛନ୍ତି । କିଛିଦିନ ଧରି ଜ଼ିଲ୍ଲା ରେ କୌଣସି ପଜିଟିଭ କେସ ନ ବାହାରିବାରୁ ପ୍ରଶାସନ ପକ୍ଷରୁ କଟକଣା କିଛି ମାତ୍ରାରେ କୋହଳ କରାଯାଇଛି । କିନ୍ତୁ ଆଜି ଏକାଥରେ ୫ଟି ପଜିଟିଭ ବାହାରିବା ପରେ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ କଡାକଡି ସୁରକ୍ଷା ବ୍ୟବସ୍ଥା କରିବା ସହ ସମ୍ପୂର୍ଣ୍ଣ ନାକାବନ୍ଦୀ କରାଯାଇଛି । ୫ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ।

   Related Posts