କଟକ ଏସ୍‌ସିବି ପରିସରରୁ ୫ ଦଲାଲ ଗିରଫ

Published By : Prameya-News7 Bureau | September 29, 2019 IST

କଟକ ୨୯।୯: କଟକ ଏସସିବି ମେଡିକାଲ ପରିସରରୁ ୫ ଜଣ ଦଲାଲଙ୍କୁ ଗରିଫ କରିଛି ମଙ୍ଗଳାବାଗ ଥାନା ପୋଲିସ । ଦଲାଲମାନେ ଏସସିବି ମେଡିକାଲକୁ ଆସୁଥିବା ରୋଗୀଙ୍କୁ ପ୍ରଲୋଭିତ କରି ବିଭିନ୍ନ ଘରୋଇ ହସପିଟାଲକୁ ନେଉଥିବା ଅଭିଯୋଗ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ରିକି ଓରଫ କଲିମ ମହମ୍ମଦ, ସୁକାନ୍ତ ନାୟକ, ବଣ୍ଟି ଓରଫ ସୁଶାନ୍ତ ମହାପାତ୍ର, ସିଲୁ ନାୟକ ଓ ମୁନା ଓରଫ ନାରଣ ରାମ । ଏହି ସମସ୍ତ ଅଭିଯୁକ୍ତ ବିଭିନ୍ନ ଘରୋଇ ହସପିଟାଲ ପାଇଁ ଦଲାଲି କରୁଥିବା ଜଣାପଡିଛି । ନିକଟରେ ରାଜ୍ୟ ସରକାର ହସପିଟାଲରେ ଦଲାଲ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ସବୁ ହସପିଟାଲରୁ ଦଲାଲ ଗିରଫ କରିବା ଅଭିଯାନ ଆରମ୍ଭ ହୋଇଛି । ଆଜି ମଙ୍ଗଳାବାଗ ଥାନା ପୋଲିସ ଗିରଫ କରିଥିବା ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.