ଯାଜପୁରର ୫ଟି ବ୍ଲକ କଣ୍ଟେନମେଣ୍ଟ୍ ଜୋନ୍ ଘୋଷିତ
26/04/2020 at 7:26 PM

ଯାଜପୁର୨୬/୪: ଯାଜପୁର ଜିଲ୍ଲାର ୫ଟି ବ୍ଲକକୁ ୩ ଦିନ ପାଇଁ କଣ୍ଟେନେମେଣ୍ଟ ଜୋନ୍ ଭାବେ ଘୋଷଣା କଲେ ଜିଲ୍ଲା ପ୍ରଶାସନ। ଏହି ବ୍ଲକଗୁଡିକ ହେଲା ଯାଜପୁର ସଦର , କୋରେଇ, ଦଶରଥପୁର, ବିଂଝାରପୁର ଏବଂ ବରୀ ବ୍ଳକ ସମେତ ଯାଜପୁର ପୌରପାଳିକା ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ କଣ୍ଟେନେମେଣ୍ଟ ଘୋଷଣା କରାଯାଇଛି। ୨୭ ତାରିଖ ଦିନ ୧୨ଠାରୁ ୨୯ ତାରିଖ ସନ୍ଧ୍ୟା ୬ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟରେ କେବଳ ଔଷଧ ଦୋକାନ ଖୋଲା ରହିବ। ମୋଟ୍ ଉପରେ ଯାଜପୁରର ୫ଟି ବ୍ଲକରେ ୫୬ ଘଣ୍ଟା କଣ୍ଟେନମେଣ୍ଟ୍ ବଳବତ୍ତର ରହିବ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021