ଖଣ୍ଡଗିରି ଅଞ୍ଚଳରୁ ୫ ବାଇକ୍ ଲୁଟେରା ଗିରଫ

Published By : Prameya-News7 Bureau | December 19, 2018 IST

ଭୁବନେଶ୍ବର ୧୯|୧୨: ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ପାଞ୍ଚ ଜଣ ବାଇକ୍ ଲୁଟେରା ଗିରଫ ହୋଇଛନ୍ତି । ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସେମାନଙ୍କ ନିକଟରୁ ଦୁଇଟି ବାଇକ୍ ଓ ପିକ୍‌ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କିଛି ଦିନ ହେବ ଏହି ଲୁଟେରା ଦଳ ସହର ଉପକଣ୍ଠରେ ବିଭିନ୍ନ ସମୟରେ ଲୁଟ୍‌ପାଟ୍ ଚଳାଇ ଆସୁଥିଲେ । ରାତିରେ ବାଟରେ ଲୋକଙ୍କୁ ଅଟକାଇ ଗାଡି ଲୁଟ୍ କରୁଥିଲେ । ଲୁଟେରାଙ୍କ ଉତ୍ପାତ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ବିଭିନ୍ନ ସମୟରେ ଲୁଟେରାମାନେ ଗ୍ରାମର ଲୋକ କିମ୍ବା ଅନ୍ୟ ଲୋକମାନଙ୍କୁ ଅଟକାଇ ଲୁଟ୍ କରୁଥିଲେ । ଫଳରେ ଗ୍ରାମବାସୀମାନେ ଅତିଷ୍ଠ ହୋଇ ଲୁଟେରାମାନଙ୍କୁ ଖୁବ୍‌ଶୀଘ୍ର ଧରିବାକୁ ଦାବି କରି ରାସ୍ତା ଅବରୋଧ କରିଥିଲେ । ଗ୍ରାମବାସୀମାନେ ଏକଜୁଟ ହୋଇ ଭରତପୁର-ଖଣ୍ଡଗିରି ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ସେହି ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ତେବେ ପୋଲିସ ଲୁଟେରା ଦଳର ପାଞ୍ଚ ଜଣ ସଦସ୍ୟଙ୍କୁ ଗିରଫ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.