Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ

28/10/2021 at 1:40 PM

ନୟାଗଡ ୨୮।୧୦: ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଚଢେୟାପଲ୍ଲୀରେ ଗୁଣିଗାରେଡି ସନ୍ଦେହରେ କଙ୍ଗାରୁ କୋର୍ଟ କରି ନିର୍ଯାତନା ଘଟଣାରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ବାଣିଗୋଚ୍ଛା ପୋଲିସ । ଗତ ୧୯ ତାରିଖରେ ଗାଁରେ ଗୁଣିଗାରେଡି କରୁଥିବା ଅଭିଯୋଗ କରି ଗାଁର କିଛି ଲୋକ ୫ ଜଣଙ୍କୁ ମାଡମାରିବା ସହ ବିଷ୍ଟା ଖୁଆଇଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ନୟାଗଡ ଜିଲ୍ଲା ବାଣିଗୋଚ୍ଛା ଥାନା ଚଢେୟାପଲ୍ଲୀ ଗାଁରେ ଗୁଣି ଗାରେଡି ସନ୍ଦେହରେ ୪ଜଣଙ୍କୁ ଅମାନବୀୟ ନିର୍ଯାତନା ଦିଆଯାଇଥିଲା। ଅଭିଯୁକ୍ତମାନଙ୍କ ବିରୋଧରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଧରିନଥିବାରୁ ଜୀବନ ଭୟରେ ନିର୍ଯାତିତମାନେ ଗାଁକୁ ନଯାଇ ଜଙ୍ଗଲରେ ବୁଲୁଥିବା ଦେଖାଯାଇଥିଲା । ଚଢେୟାପଲ୍ଲୀ ଗଁ।ରେ ଗତ କିଛି ଦିନ ତଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ପରେ ମୃତକଙ୍କ ବୋହୂଙ୍କ ଦେହରେ ମଙ୍ଗଳା ଠାକୁର ଉଭା ହୋଇ ଗଁ।ର ସୋଷ ନାୟକ, ସୁନନ୍ଦ ନାୟକ, ବିଦ୍ୟା ନାୟକ, ଭରତ ନାୟକ ଏବଂ ବିଘ୍ନରାଜ ସେଠୀ ଗୁଣିବିଦ୍ୟା କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାରିଥିବା କହିଥିଲେ ।

ଏହି ଘଟଣାକୁ ନେଇ ଚଳିତମାସ ୧୯ ତାରିଖରେ ଗଁ।ରେ ସଭା କରାଯାଇଥିଲା । ଏହି ୫ଜଣ ବ୍ୟକ୍ତି ଗୁଣି କରି ଗଁ।ର ବହୁ ଲୋକଙ୍କୁ ମାରିଥିବାରୁ ସେମାନଙ୍କୁ ସଭାକୁ ଡକାଇ ଦଣ୍ଡ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ସୋଷ, ସୁନନ୍ଦ, ବିଦ୍ୟା ଏବଂ ଭରତଙ୍କୁ ଗଁ। ଦାଣ୍ଡରେ ଦଉଡିରେ ବାନ୍ଧି ଗ୍ରାମର କିଛି ଲୋକ ମାଡ ମାରିବା ସହ ଘଟଣାକୁ ସ୍ବୀକାର କରିବାକୁ ବାଧ୍ୟ କରିଥିଲେ । ଏପରିକି ସେମାନଙ୍କୁ ମଣିଷ ବିଷ୍ଟା ଜବରଦସ୍ତି ଖୁଆଇଥିଲେ । ନିର୍ଯାତିତଙ୍କ ପରିବାରକୁ ଏନେଇ ଧମକ ଦିଆଯିବା ସହ ଥାନାକୁ ଜଣାଇଲେ ଜୀବନରେ ମାରିଦେବାର ଧମକ ଦେଇଥିଲେ ଅଭିଯୁକ୍ତ । ଗତ ୨୦ ତାରିଖରେ ସୋଷ ନାୟକ ବାଣିଗୋଚ୍ଛା ଥାନାରେ ଏନେଇ ଅଭିଯୋଗ କରିଥିଲେ । ସେ ଗଁ।ର ସଞ୍ଜୟ ନାୟକ, ଭରତ ପ୍ରଧାନ, ରୋହିତ ନାୟକ, ତାରାକା ନାୟକ ଏବଂ କୃଷ୍ଣଚନ୍ଦ୍ର ନାୟକ ସେମାନଙ୍କୁ ନିର୍ଯାତନା ଦେଇଥିବା ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏତଲାକୁ ଗ୍ରହଣ କରି ୫୮/୨୧ରେ ମାମଲା ରୁଜୁ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇନଥିବା ଅଭିଯୋଗ ହୋଇଥିଲା । ସେପଟେ ଗଁ।କୁ ଗଲେ ଆକ୍ରମଣ ଭୟରେ ନିର୍ଯାତିତମାନେ ଜଙ୍ଗଲରେ ଲୁଚିଥିବା ଜଣାପଡିଥିଲା । ତେବେ ଘଟଣାର ତଦନ୍ତ କରି ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

   Related Posts