ପୋଲିସ କବ୍‌ଜାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ; ୫ ଜଣ ଗିରଫ

Published By : Prameya-News7 Bureau | December 23, 2018 IST

ରାୟଗଡା ୨୩|୧୨: ରାୟଗଡା ପୋଲିସ କବ୍ଜାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ । ଗତକାଲି ବିଳମ୍ବିତ ରାତିରେ  ନୂଆବସଷ୍ଟାଣ୍ଡ ଛକରୁ ଏକ ବଜ୍ରକାପ୍ତାକୁ ଗୁଣୁପୁର ପୋଲିସ ଉଦ୍ଧାର କରିବା ସହିତ ୫ ଜଣଙ୍କୁ ଗିରଫ କରିଛି । 

ପୋଲିସ ପାଟ୍ରୋଲିଙ୍ଗ ସମୟରେ ସନ୍ଦେହ ଜନକ ଅବସ୍ଥାରେ ଏକ କାରକୁ ଅଟକାଇଥିଲା  । କାରରେ ଥିବା ବ୍ୟକ୍ତି ମାନଙ୍କୁ  ଅଟକ ରଖି ପଚରା ଉଚରା କରିବା ପରେ ସେମାନଙ୍କ ଠାରୁ ଏକ ବଜ୍ରକାପ୍ତା ପାଇଥିଲା । ଯାହାକୁ ଅଭିଯୁକ୍ତମାନେ ସ୍ଥାନୀୟ ପଦ୍ମପୁର ଅଞ୍ଚଳରୁ ଧରି ଭୁବନେଶ୍ବର ଚାଲାଣ କରୁଥିଲେ । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ତିନି ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ସେମାନଙ୍କ ଘର ଭୁବନେଶ୍ବରରେ ବୋଲି ଜଣାପଡ଼ିଛି । ପୋଲିସ ବଜ୍ରକାପ୍ତା ଟିକୁ ବନବିଭାଗକୁ ହସ୍ତାନ୍ତର କରିବା ସହ ବଜ୍ରକାପ୍ତା ଚାଲାଣରେ ଆଉ କେଉଁମାନେ ସଂପୃକ୍ତ ସେ ବିଷୟରେ ଅନୁଧ୍ୟାନ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.