Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଅବକାରୀ ବିଭାଗର ମିଳିତ ଚଢ଼ାଉ : ଦେଶୀ, ବିଦେଶୀ ମଦ ଜବତ, ୫ ଗିରଫ

15/10/2021 at 5:25 PM

ସୋର ୧୫।୧୦: ଅବକାରୀ ବିଭାଗର ମିଳିତ ଚଢ଼ାଉ । ଦେଶୀ, ବିଦେଶୀ ଏବଂ ନକଲି ବିଦେଶୀ ମଦ ଜବତ । ୫ ଅଭିଯୁକ୍ତ ଗିରଫ । ବାଲେଶ୍ବର ଜିଲ୍ଲା ସୋର ଅବକାରୀ ଅଧିକାରୀ ଲକ୍ଷେ ସାଧବ ପ୍ରଧାନ, ନୀଳଗିରି ଅବକାରୀ ଆଇଆଇସି ନାରାୟଣ ବେହେରା, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଆଇଆଇସି ପ୍ରବୀଣ ପ୍ରଧାନ, କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ଆଇଆଇସି ରବିନାରାୟଣ ପ୍ରଧାନ ଏବଂ ଖଇରା ଅବକାରୀ ଅଧିକାରିଣୀ କଳ୍ପନା ଜେନାଙ୍କ ନେତୃତ୍ବରେ ଏକ ଟିମ୍ ଶୁକ୍ରବାର ସକାଳେ ଶିଙ୍ଗାଖୁଣ୍ଟା ପଞ୍ଚାୟତରେ ଦୁଇଟି ଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଥିଲା । ଚଢାଇ ବେଳେ ୨୫୦ ଲିଟର ଦେଶୀ ମଦ, ୫୦୦ ଲିଟର ଗୁଡ଼ ପୋଚ ନଷ୍ଟ କରାଯାଇଛି ।

ସେହିପରି ସିମୁଳିଆ ଥାନା ବିରଞ୍ଚିପୁର ଗ୍ରାମରେ ଚଢ଼ାଉ କରି କମଳା ବଳ ନିକଟରୁ ୫ ଲିଟର ନକଲି ବିଦେଶୀ ମଦ ସହ ୫୦ ଲିଟର ସ୍ପିରିଟ ଜବତ କରିବା ସହ ଅଭିଯୁକ୍ତ ମହିଳା କମଳାଙ୍କୁ ଗିରଫ କରାଯାଇଛି । ଖଇରା ଥାନା ହରିପୁର ଗ୍ରାମର ହେମଲତା ଜେନାଙ୍କଠାରୁ ୧୫ ଲିଟର ଦେଶୀ ମଦ, ଝାଟିଆ ଗ୍ରାମର ଲକ୍ଷ୍ମୀ ବେହେରାଙ୍କଠାରୁ ୪ ଲିଟର ବିଦେଶୀ ମଦ ସହ ୨୦ ଲିଟର ଦେଶୀ ମଦ, ରଟିଣା ଗ୍ରାମର ଭରତ ସେଠୀ ଠାରୁ ୪୫ ଲିଟର ଦେଶୀ ମଦ ଏବଂ ହରିପୁର ଗ୍ରାମର ସୁକାନ୍ତ ଜେନାଠାରୁ ୨୦ ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

   Related Posts