ପୋଲିସର ପରିଚୟ ଦେଇ ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ କୋର୍ଟ ଚାଲାଣ କଲା ପୋଲିସ

Published By : Prameya-News7 Bureau | December 17, 2018 IST

ମାର୍ଶାଘାଇ ୧୭|୧୨: କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଗତ ୧୪ ତାରିଖ ବିଳମ୍ବିତ ରାତିରେ ଜଣେ ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପୋଲିସ ଜଣେ ମହିଳାଙ୍କ ସମେତ ୫ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ।

wp:gallery {"ids":[64785]} /wp:gallery

ସୂଚନାଯୋଗ୍ୟ ଯେ, ଗତ ୧୪ ତାରିଖ ରାତିରେ  ୬ଜଣ ଦୁବୃର୍ତ୍ତ ଜଣେ ବିଧବା ମହିଳାଙ୍କୁ ପୋଲିସ ପରିଚୟଦେଇ ଏକ ବୋଲର ଗାଡିରେ ଡାକିନେଇଥିଲେ । ଦୁର୍ବୃତ୍ତଙ୍କ ମଧ୍ୟରେ ଜଣେ ମହିଳା ଥିବାରୁ ବିଧବାମହିଳା କୌଣସି ଅଘଟଣ ଆଶଂକା ନକରି ତାଙ୍କ ସହ ଯାଇଥିଲେ । ରାସ୍ତାରେ ବଲେରୋରେ ଥିବା ୫ ଜଣ ପୁରୁଷମହିଳାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ । କେବଳ ସେତିକି ନୁହେଁ ତାଙ୍କୁ ରାସ୍ତାରେ ଫିଙ୍ଗି ଚାଲିଯାଇଥିଲେ । ପରଦିନ ମହିଳାଙ୍କସମ୍ପର୍କୀୟମାନେ ଏନେଇ  ମାର୍ଶାଘାଇ ଥାନାରେ୬ଜଣଙ୍କ ବିରୋଧରେ ଏତଲା ଦେଇଥିଲେ ।

ପୋଲିସ ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା । କିନ୍ତୁ ଆଜି ମାର୍ଶାଘାଇ ପୋଲିସ ଅଟକଥିବା ୫ଜଣଙ୍କୁ କୋର୍ଟ ଚାଲଣ କରିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଏବେ ବି ଜଣେ ଫେରାର ଅଛି।   କୋର୍ଟ ଚାଲଣ ହୋଇଥିବା ଅଭିଯୁକ୍ତମାନେ ହେଲେ ଗାଡିମାଲିକ ସେକ୍ ହବିବ୍, ଉତ୍ତମମଣ୍ଡଳ, ଅରୁଣ କୁମାର ବେହେରା, ପ୍ରସନ୍ନବେହେରା ଓ ନିରୁପମା ବେହେରା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.