ସୁନା ବ୍ୟବସାୟୀଙ୍କୁ ହତ୍ୟା ଓ ଲୁଟ୍ ଘଟଣାର ପର୍ଦ୍ଦାଫାଶ, ଜଣେ ମହିଳା ସମେତ ୫ ଗିରଫ

Published By : Prameya-News7 Bureau | March 10, 2021 IST

ସୁନ୍ଦରଗଡ ୧୦।୩: ସୁନ୍ଦରଗଡ ଜିଲ୍ଲା ବଡଗାଁରେ ଗତ ୧ ତାରିଖରେ ଘଟିଥିବା ସୁନା ବ୍ୟବସାୟୀ ହତ୍ୟାକାଣ୍ଡ ଓ ଲୁଟ୍ ମାମଲାର ପର୍ଦ୍ଦାଫାଶ କରିଛି ସୁନ୍ଦରଗଡ ପୋଲିସ । ବିଭିନ୍ନ ସ୍ଥାନରେ ଚଢଉ କରି ଅପରାଧରେ ସମ୍ପୃକ୍ତ ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।  ଏମାନଙ୍କ ମଧ୍ୟରେ କିଛି ସ୍ଥାନୀୟ ଲୋକ ଥିବା ସାମ୍ବାଦିକ ସମ୍ମିଳନୀରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି। 

{"id":420642,"sizeSlug":"large","linkDestination":"none"}

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ବଡଗାଁରେ ଗତ ମାର୍ଚ୍ଚ ୧ ତାରିଖରେ ସକାଳ ୯ ଟାରେ କିଛି ଦୁର୍ବୃତ୍ତ ସୁନା ବ୍ୟବସାୟୀ ରୋହିତ ବର୍ମାଙ୍କ ଉପରକୁ ଗୁଳିମାଡ କରିଥିଲେ । ତାପରେ ସେ ଧରିଥିବା ବ୍ୟାଗ୍ ଲୁଟି ଫେରାର ହୋଇ ଯାଇଥିଲେ ।  ଗୁରୁତର ଆହତ ରୋହିତ ବର୍ମା ରାଉରକେଲାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। 

{"id":420643,"sizeSlug":"large","linkDestination":"none"}

ଘଟଣାର ତଦ ପାଇଁ ୩ଟି ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ରାଜ୍ୟ ସମେତ ପଡୋଶୀ ରାଜ୍ୟରେ ମଧ୍ୟ ଛାନଭିନ୍ ଆରମ୍ଭ କରାଯାଇଥିଲା । ବିହାର ଓ ଝାଡଖଣ୍ଡ ପୋଲିସ ସହଯୋଗରେ ସୁନ୍ଦରଗଡ ପୋଲିସ ଚଢଉ କରି ଜଣେ ମହିଳା ସମେତ ୫ ଜଣ ଅପରାଧୀଙ୍କୁ ଗିରଫ କରିଛି ।  ତାଙ୍କ ନିକଟରୁ ନଗଦ ଦୁଇ ଲକ୍ଷ ଟଙ୍କା ଏବଂ ୩ ଶହ ଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.