କସ୍ତୁରିନଗରରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ : ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ହୋଇଥିଲା ହତ୍ୟାକାଣ୍ଡ, ୫ ଗିରଫ

Published By : Prameya-News7 Bureau | June 20, 2019 IST

ରାୟଗଡା ୨୦|୬: ରାୟଗଡା ସହରର ମଧ୍ୟ ଭାଗରେ ଜଣେ ଯୁବକଙ୍କୁ ଗତ ୧୫ ତାରିଖ ଦିନ ରାତିରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ୧୬ ତାରିଖ ସକାଳୁ କସ୍ତୁରି ନଗରର ଏକ ମାର୍କଟ କମ୍ପ୍ଲେକ୍ସ ବାରଣ୍ଡାରୁ ତାଙ୍କର ମୃତହେଦ ଠାବ ହୋଇଥିଲା । ମୃତ ଯୁବକ ଜଣକ ହଲେ କସ୍ତୁରି ନଗର ଷଷ୍ଠ ଲେନର ଏମ. ସୁରେଶ କୁମାର ଓ ତାଙ୍କ ବୟସ ୧୭ ।  ଉକ୍ତ ଘଟଣାରେ ପୋଲିସ ୩ ଜଣ ନାବାଳକ ଓ ୨ ଜଣ ଯୁବକ ମୋଟ୍ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ନାବାଳକଙ୍କ ବ୍ୟତୀତ ଅନ୍ୟ ୨ ଜଣ ଅଭିଯୁକ୍ତ ହଲେ ରାୟଗଡ଼। ସହରର ରାମଚନ୍ଦ୍ରପୁର ଅଂଚଳର ନିରନ ବିଡ଼କା ଏବଂ ମହିଳା ମହାବିଦ୍ୟାଳୟ ନିକଟରେ ରହୁଥତ୍ବା ପି.ପବନ କଲ୍ୟାଣ ।  ୩ ଜଣ ନାବାଳକଙ୍କୁ ବ୍ରହ୍ମପୁର ସ୍ଥିତ ଜୁଭେନାଲ କୋର୍ଟଙ୍କୁ ପଠାଇଥିବା ବେଳେ ଅନ୍ୟ ୨ ଜଣ ଯୁବକଙ୍କୁ ରାୟଗଡ଼। କୋର୍ଟକୁ ଚାଲାଣ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଡଃ ଶବଣା ବିବେକ ଏମ ଏହି ସୂଚନା ଦେଇଛନ୍ତି । ତ୍ରିକୋଣୀୟ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ହତ୍ୟାର ଶିକାର ହୋଇଥିବା ସୁରେଶ ଜଣେ ଏକ କଲେଜରେ ଯୁକ୍ତ ୨ ଛାତ୍ର ଭାବେ  ଅଧ୍ୟୟନ କରୁଥିଲେ। ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସ୍ପଷ୍ଟ କରିଛି ।  ଘଟଣାରେ ବ୍ୟବହୃତ ଦୁଇଟି ବାଇକ ମଧ୍ୟ ପୋଲିସ ଜବତ କରିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.