DIPROଙ୍କୁ ମାଉଜର ଦେଖାଇ ଅପହରଣ ଉଦ୍ୟମ ଓ ଧମକ ଦେବା ଘଟଣା : ୫ ଅଭିଯୁକ୍ତ ଗିରଫ
8/03/2020 at 11:52 AM

ସମ୍ବଲପୁର ୮।୩: ସମ୍ବଲପୁର ଡିଆଇପିଆରଓ ହେମନ୍ତ ନାୟକଙ୍କୁ ମାଉଜର ଦେଖାଇ ଅପହରଣ ଉଦ୍ୟମ ଓ ଧମକ ଦେବା ଘଟଣାରେ ୫ ଅଭିଯୁକ୍ତ ଗିରଫ । ଗତ ୨୮ ତାରିଖରେ ଘଟିଥିଲା ଘଟଣା । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସମ୍ବଲପୁର ଏସପି ।

ସମ୍ବଲପୁରରେ ଯୋଗ ନଦେବା ପାଇଁ ଅଭିଯୁକ୍ତମାନେ ଅପହରଣ ଉଦ୍ୟମ ସହ ମାଉଜର ଦେଖାଇ ଧମକ ଦେଇଥିଲେ । ପରେ ସମ୍ବଲପୁରରୁ ଭୁବନେଶ୍ବରର ଫେରିଯାଇଥିଲେ ଡିଆଇପିଆରଓ। ପରେ ଜିଲ୍ଲାପାଳ ଏନେଇ ଏସପିଙ୍କୁ ଜଣାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଏହି ଘଟଣାରେ ଡିଆଇପିଆରଓ ଅଫିସ ଡ୍ରାଇଭର ଦେବାନନ୍ଦ ରନବିଡା ଓ ଷ୍ଟୋର କିପର ଅଶ୍ବିନୀ ମଲାକରଙ୍କ ସମ୍ତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଡିଆଇପିଆରଓ ଓ ଡ୍ରାଇଭରଙ୍କ ମଧ୍ୟରେ କିଛି ଯୁକ୍ତିତର୍କରୁ ଏମିତି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ଏସପି ସୂଚନା ଦେଇଛନ୍ତି ।
Related Posts
ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
27 January 2021
ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
27 January 2021