ବନ୍ଧନ ବ୍ୟାଙ୍କ୍ ଫାଇନାନ୍ସ କର୍ମଚାରୀଙ୍କଠୁ ଲୁଟ୍ : ୫ ଡକାୟତ ଗିରଫ

Published By : Prameya-News7 Bureau | September 09, 2021 IST

ସୋର ୯।୯: ବାଲେଶ୍ବର ଜିଲ୍ଲା ସୋର ବନ୍ଧନ ବ୍ୟାଙ୍କ୍ ଫାଇନାନ୍ସ କର୍ମଚାରୀଙ୍କଠାରୁ ବନ୍ଧୁକ ଦେଖାଇ ଲୁଟ୍ ଘଟଣାରେ ୫ ଜଣ ଡକାୟତ ଗିରଫ  ହୋଇଛନ୍ତି ।  ଫାଇନାନ୍ସ କର୍ମଚାରୀଙ୍କଠାରୁ ୮୦ ହଜାର ଟଙ୍କା ଲୁଟ୍ ହୋଇଥିଲା ।

{"id":508838,"width":756,"height":416,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଗତ ୩୧ ତାରିଖ ଦିନ ବନ୍ଧନ ବ୍ୟାଙ୍କ୍ ଫାଇନାନ୍ସ କର୍ମଚାରୀ ସନ୍ଦୀପ କୁମାର ଜେନା ନୀଳଗିରି ଚିନ୍ତାମଣିପୁର ଓ ଆଖପାଖ ଅଞ୍ଚଳରୁ କିସ୍ତି ଟଙ୍କା ଆଦାୟ କରି ସୋର ବନ୍ଧନ ବ୍ୟାଙ୍କ୍ ଫାଇନାନ୍ସ ଶାଖା ଅଭିମୁଖେ ଫେରୁଥିବା ବେଳେ ସୋର ମାଣିତ୍ରୀ ଗାଁ ପାଖରେ ୩ ଜଣ ଲୁଟେରା ଏକ ବାଇକରେ ଆସି ସନ୍ଦୀପଙ୍କୁ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରାଇ ୮୦ହଜାର ଟଙ୍କା, ଏକ ଟାବଲେଟ୍ ମୋବାଇଲ୍ ସହ ଜରୁରୀ କାଗଜପତ୍ର ଛଡାଇ ନେଇ ଫେରାର ହୋଇଯାଇଥିଲେ । ଏନେଇ ସନ୍ଦୀପ ସୋର ଥାନାରେ ଅଭିଯୋଗ କରିବା ପରେ ସୋର ପୋଲିସ ଘଟଣାର ତଦନ୍ତ କରି ୫ଜଣ ଡକାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଗିରଫ ହୋଇଥିବା ଡକାୟତମାନେ ହେଲେ ବାଲେଶ୍ବର  ସଦର ଥାନା  ବାଙ୍ଗରା ଅଞ୍ଚଳର ଦିଲ୍ଲୀପ ନାୟକ, ନୂଆପୁରର ଜ୍ୟୋତିଶଙ୍କର ସ୍ବାଇଁ, ସାରଙ୍ଗାର ଓମ୍ ମହାଳିକ, ଆକତପୁରର ସୁରଜ କୁମାର ବେହେରା, ନୂଆପୁର ଅଶାନ୍ତ ଦାସ । ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି । ସୋର ପୋଲିସ ସେମାନଙ୍କ ନିକଟରୁ ୧୫ ହଜାର ଟଙ୍କା, ଗୋଟିଏ ଭୁଜାଲି, ୪ଟି ମୋବାଇଲ ଜବତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.