ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲା ; କ୍ରାଇମ୍‌ବ୍ରାଞ୍ଚ ଦ୍ବାରା ୫ ଅଭିଯୁକ୍ତ ଗିରଫ

Published By : Prameya-News7 Bureau | May 14, 2019 IST

ଖୋର୍ଦ୍ଧା ୧୪|୫: ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନା ହତ୍ୟା ମାମଲାରେ ୫ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତମାନେ ହେଲେ ଦିବ୍ୟଲୋଚନ ଗଜେନ୍ଦ୍ର, ସୀମାଞ୍ଚଳ ବଡଜେନା, ପପିନ କୁମାର ଦଳସିଂହରାୟ, ଚନ୍ଦ୍ରକାନ୍ତ ପ୍ରଧାନ ଓ ଇସ୍ପାତ ମହାରଣା । ସମସ୍ତେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ପୁଲିସ ଷ୍ଟେସନ ଅଞ୍ଚଳର ବୋଲି ଜଣାପଡିଛି। ସେମାନଙ୍କ ନାମରେ ପୂର୍ବରୁ ଥାନାରେ ଏକାଧିକ ମାମଲା ରହିଛି।

ତେବେ ୨୦୧୬ ଅଗଷ୍ଟ ୩୧ରେ ମଙ୍ଗୁଳିଙ୍କୁ ଅଭିଯୁକ୍ତମାନେ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ମଙ୍ଗୁଳିଙ୍କ ଉପରକୁ ୫ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ତାଙ୍କ ଗୋଡରେ ୨ ଟି ଗୁଳି ବାଜିଥିଲା । ସେ ଆହତ ହୋଇଥିଲେ । ହେଲେ ଗତ ଏପ୍ରିଲ ୧୪ତାରିଖରେ  ପ୍ରଚାରରୁ ଫେରିଥିବା ବେଳେ ମଙ୍ଗୁଳିଙ୍କ ଉପରକୁ ଗୁଳି କରାଯାଇଥିଲା । ତେବେ ହତ୍ୟା ଘଟଣାରେ ମାଷ୍ଟରମାଇଣ୍ଡ ଏବେ ବି ଫେରାର ଅଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.