ବହୁ ଚର୍ଚ୍ଚିତ ବାବୁଲି ମହାରଣା ହତ୍ୟା ଉଦ୍ୟମ ଘଟଣା : ୫ ଅଭିଯୁକ୍ତଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ବାଡ୍

Published By : Prameya-News7 Bureau | July 27, 2021 IST

କେନ୍ଦ୍ରାପଡା ୨୭।୭: କେନ୍ଦ୍ରାପଡାର ବହୁ ଚର୍ଚ୍ଚିତ ବାବୁଲି ମହାରଣା ହତ୍ୟା ଉଦ୍ୟମ ଘଟଣାରେ କେନ୍ଦ୍ରାପଡା ସ୍ପେଶାଲ ସ୍କ୍ବାଡ୍ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ରିଭଲଭର, ଗୋଟିଏ ମାରୁତି କାର, ଗୋଟିଏ ବୋଲେରୋ, ଦୁଇଟି ମଟର ସାଇକେଲ, ୫ଟି ମୋବାଇଲ ଫୋନ୍  ଜବତ କରିଛି ପୋଲିସ । ତେବେ ବାବୁଲି ମହାରଣାଙ୍କ ସୁରକ୍ଷାକର୍ମୀଙ୍କ ଗୁଳି ମାଡରେ ଆହତ ହୋଇଥିବା ଜଣେ ଅଭିଯୁକ୍ତଙ୍କୁ ଚିକିତ୍ସା କରିଥିବା କଟକ ଜିଲ୍ଲା ଅସୁରେଶ୍ବର ସ୍ଥିତ ସାହ ନର୍ସିଂହୋମକୁ ସିଲ୍ କରିବା ସହ ପୋଲିସ ଜଣଙ୍କୁ ଗିରଫ କରିଛି।  ଅଭିଯୁକ୍ତଙ୍କ ଗିରଫଦାରୀକୁ ନେଇ କେନ୍ଦ୍ରାପଡା ଏସ୍ପି ମଦକର ସମ୍ବିତ ସମ୍ପଦଙ୍କ ସୂଚନା ଦେଇଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବା ନେଇ ଏସ୍ପି ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ଜୁଲାଇ ୧୪ ତାରିଖରେ ତିନିମୁହାଣୀ ବଜାର କମିଟି ସଭାପତି ବାବୁଲି ମହାରଣାଙ୍କୁ ତାଙ୍କ ଟ୍ରାକ୍ଟର ସୋ ରୁମ୍ ରେ ପଶି ହତ୍ୟା ଉଦ୍ୟମ କରିଥିଲେ ଦୁଇ ଯୁବକ। ଏହା ପୂର୍ବରୁ ୨୦୧୯ ଜୁଲାଇ ମାସରେ ମଧ୍ୟ ବାବୁଲିଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.