ପୁରୀ ୬।୧୧: ଡକାୟତି ଯୋଜନା କରୁଥିବା ବେଳେ ୫ ଜଣଙ୍କୁ ଧରିଲା ପୁରୀ ପୋଲିସ। ଏମାନଙ୍କ ନିକଟରୁ ଗୋଟିଏ ଖଣ୍ଡା, ପିସ୍ତଲ, ଚାପଡ ଓ ଦୁଇଟି ଲୁହା ପାଇପ୍ ଜବତ ହୋଇଛି। ଏ ନେଇ ସମୁଦ୍ରକୂଳ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ଏହି ୫ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
{"id":356887,"sizeSlug":"large"}ଗିରଫ ଅଭିଯୁକ୍ତମାନେ ହେଲେ ମାର୍କଣ୍ଡେଶ୍ବର ସାହି ଗୋଖା ସାହିର ଅର୍ଜୁନ ମହାନ୍ତି, ମାଟିତୋଟା ସୁଜାତା ଲେନର ଜଗନ୍ନାଥ ସ୍ବାଇଁ, ନରେନ୍ଦ୍ରକୋଣ ମଙ୍ଗଳା ସାହିର ବିକାଶ ବେହେରା, ବ୍ଲକ ଛକ ଲେଙ୍କା ସାହିର ରୁଦ୍ର ନାରାୟଣ ସେଠୀ, ଶ୍ରୀକ୍ଷେତ୍ର କଲୋନୀର ମାନସ ବାରିକ।
{"id":356888,"sizeSlug":"large"}ଗୁରୁବାର ବିଳମ୍ବିତ ରାତିରେ ପେଣ୍ଠକଟା ଫାଣ୍ଡି ଅଧିକାରୀ ଏଏସଆଇ ବିଦ୍ୟାଧର ଭୋଳ ପେଟ୍ରୋଲିଂ କରୁଥିବା ସମୟରେ ଏହି ଡକାୟତମାନେ ସଂସ୍କୃତ ବିଶ୍ବବିଦ୍ୟାଳୟ ପାଖ ଗଙ୍ଗା ଦେବୀ ମନ୍ଦିରଠାରେ ବସି କୌଣସି ଏକ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ଖବର ପାଇ ସେଠାରେ ପୋଲିସର ଚଢାଉ କରିଥିବା ବେଳେ ଅଭିଯୁକ୍ତମାନେ ପୋଲିସ ଉପରକୁ ବୋମାମାଡ କରି ଖସି ଯିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ଏହି ଡକାୟତମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛି।