ଢେଙ୍କାନାଳରୁ ୨୭ଗ୍ରାମ୍ ବ୍ରାଉନସୁଗାର ଜବତ, ପିଡବ୍ଲୁଡି କର୍ମଚାରୀଙ୍କ ସମେତ ୫ଅଭିଯୁକ୍ତ ଗିରଫ

Published By : Prameya-News7 Bureau | November 06, 2021 IST

ଢେଙ୍କାନାଳ ୬।୧୧: ଢେଙ୍କାନାଳ ଜିଲ୍ଲାରୁ ପୁଣି ଜବତ ହେଲା ଧଳାଜହର । ୨୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ବ୍ରାଉନସୁଗାର ବେପାର ଅଭିଯୋଗ ୫ ଜଣଙ୍କୁ ପୋଲିସ ଗିରଫ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଢେଙ୍କାନାଳ ପିଡବ୍ଲୁଡି କଲୋନୀରୁ ବ୍ରାଉନସୁଗାର ଜବତ କରିଛି ଟାଉନ ଥାନା ପୋଲିସ । ୨୭ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ବ୍ରାଉନସୁଗାର ବେପାର ଅଭିଯୋଗରେ ପେଷାଦାର ଅପରାଧୀ ବାପୁନି ସ୍ବାଇଁଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ପିଡବ୍ଲୁଡି କର୍ମଚାରୀ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.