ସୁଧାର ଗୃହରୁ ୫ ଅନ୍ତେବାସୀ ଫେରାର, ସୁନ୍ଦରଗଡର ୪ ଜଣ ଓ କେନ୍ଦୁଝରର ଜଣେ

Published By : Prameya-News7 Bureau | September 02, 2020 IST

ରାଉରକେଲା ୨।୯: ରାଉରକେଲା ସୁଧାର ଗୃହରୁ ୫ ଅନ୍ତେବାସୀ ଫେରାର । ୪ ଜଣ ସୁନ୍ଦରଗଡ଼ ଜିଲ୍ଲାର ହୋଇଥିବା ବେଳେ ଜଣେ କେନ୍ଦୁଝର ଜିଲ୍ଲାର । ଫେରାର ଏହି ୫ ଜଣଙ୍କୁ ଚୋରି ମାମଲାରେ ସୁଧାର ଗୃହରେ ରଖାଯାଇଥିଲା । ଗତ ରବିବାର ଅପରାହ୍ନ ୩ଟା ୩୦ରେ ସୁଧାର ଗୃହରେ ଲାଗିଥିବା ସିସିଟିଭି ତାର ଚିଣ୍ଡାଇ ବେଡ଼ସିଟ ବାନ୍ଧି ପାଚେରୀ ଡେଇଁ  ପଛ ପାହାଡ଼ ଦେଇ ଫେରାର ହୋଇଯାଇଛନ୍ତି ।

{"id":323961,"sizeSlug":"large"}

ଫେରାର ୫ ଜଣଙ୍କ ମଧ୍ୟରୁ ୩ ଜଣଙ୍କର ଜାମିନ ହୋଇଯାଇଥିଲା କିନ୍ତୁ କୋଭିଡ଼ ଯୋଗୁଁ ପରିବାର ଲୋକେ ଘରକୁ ନେଇନଥିଲେ । ସୁଧାର ଗୃହରେ ୧୪୦ ଅନ୍ତେବାସୀ ରହୁଥିବା ବେଳେ ସୁରକ୍ଷ। କର୍ମଚାରୀ ଅଭାବ ଥିବାରୁ ଏଭଳି ଘଟଣା ଘଟିଛି ।

{"id":323962,"sizeSlug":"large"}

ଘଟଣାସ୍ଥଳରେ ରଘୁନାଥପଲ୍ଲୀ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଫେରାର ଅନ୍ତେବାସୀମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗରେ ରହିଛନ୍ତି । ପୂର୍ବରୁ ଜଣେ ଅନ୍ତେବାସୀଙ୍କୁ ରାଉରକେଲା ସୁଧାର ଗୃହରୁ କେନ୍ଦୁଝର ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥିତ କରାଇ ଫେରିବା ବାଟରେ ସୁନ୍ଦରଗଡ଼ ଚାନ୍ଦିପୋଷ ନିକଟରୁ ଗାଡ଼ିରୁ ଫେରାର ହୋଇଯାଇଥିଲେ । ଦୁଇଦିନ ପରେ ପ୍ରେମିକା ଘରୁ ଧରାପଡିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.