ସ୍କୁଲ ଯାଇ ଘରକୁ ଫେରିଲେନି ୫ ଛାତ୍ର, ତଦନ୍ତ ଆରମ୍ଭ କଲା ପୋଲିସ
3/11/2019 at 1:51 PM

ଗଜପତି ୩।୧୧: ଗଜପତି ଜିଲ୍ଲା ଗେ।ସାଣି ବ୍ଲକ ଗୁରାଣ୍ଡି ଜଙ୍ଗଲପାଡୁ ଗାଁରୁ ୫ଜଣ ଦଶମ ଶ୍ରେଣୀ ଛାତ୍ର ନିଖେ।ଜ । ଗତକାଲି ସକାଳ ୯ ଟାରେ ସ୍କୁଲ ଯାଇଥିଲେ ଛାତ୍ରମାନେ । କିନ୍ତୁ ଘରକୁ ଫେରିନଥିଲେ । ବହୁତ ଖେ।ଜାଖେ।ଜି କରିବା ପରେ ବି ପିଲାମାନଙ୍କର ଖେ।ଜଖବର ମିଳୁନି । ତେବେ ପିଲାମାନେ ଆନ୍ଧ୍ରକୁ ଚାଲିଯାଇଥିବା ସନ୍ଦେହ କରୁଛନ୍ତି ଅଭିଭାବକ ।
ଏନେଇ ଗୁରାଣ୍ଡି ଥାନାରେ ଲିଖିତ ଅଭିଯେ।ଗ ହେ।ଇଛି । ନିଖୋଜ ପିଲାମାନେ ହେଲେ କାହ୍ନା ନାୟକ, ବିକ୍ରମ ଜେନା, ଶୁଭମ୍ ଜେନା, ଚିନ୍ମୟ ଜେନା ଏବଂ ଡମ୍ବୁରୁ ନାୟକ । ପୋଲିସ ମାମଲା ରୁଜୁ କରି ଏକ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଛି । ପୋଲିସ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନକୁ ଯାଇ ସିସିଟିଭି ଯାଞ୍ଚ କରିଛି ।