ଟାୟାର ପାଇଁ ନାଇଟ୍ରୋଜେନ୍ ଗ୍ୟାସ୍ ହେଉଛି ବରଦାନ : ଏଠାରେ ମିଳୁଛି ସମ୍ପୂର୍ଣ୍ଣ ମାଗଣାରେ

Published By : Prameya-News7 Bureau | September 04, 2019 IST

ନୂଆଦିଲ୍ଲୀ ୪/୯: ଯଦି ଟାୟାରରେ ସମୟ ସମୟରେ ପବନ ଭର୍ତ୍ତି କରୁଛନ୍ତି ତେବେ ଟାୟାରର ଲାଇଫ ଏବଂ ପରଫରମନ୍ସ ସବୁବେଳେ ଠିକ୍ ରହିଥାଏ କିନ୍ତୁ ଏହା ମଧ୍ୟ ଜାଣିବା ଆବଶ୍ୟକ ଯେ ଆପଣ ଟାୟାରରେ କେଉଁ ପବନ ଭର୍ତ୍ତି କରୁଛନ୍ତି। ଆଜିକାଲି ନାଇଟ୍ରୋଜେନ୍ ଗ୍ୟାସ୍ ଚାଲିଛି। ସାଧାରଣ ଗ୍ୟାସ ତୁଳନାରେ ଏହା ଟିକେ ମହଙ୍ଗା। କିନ୍ତୁ ଏହା ଦ୍ବାରା ଟାୟାରର ଲାଇଫ ଏବଂ ପରଫରମନ୍ସ ଉନ୍ନତ ହୋଇଥାଏ। ଏହା ପ୍ରାୟତଃ ସମସ୍ତ ପେଟ୍ରୋଲ୍ ପମ୍ପରେ ଉପଲବ୍ଧ ହେଉଛି। ବରଂ କିଛି ପେଟ୍ରୋଲ ପମ୍ପରେ ତ ଏହା ମାଗଣାରେ ମିଳୁଛି। ଆସନ୍ତୁ ଜାଣିବା ନାଇଟ୍ରୋଜେନ ଗ୍ୟାସର ଫାଇଦା ବିଷୟରେ

ନାଇଟ୍ରୋଜେନ୍ ରାସାୟନିକ ରୂପରେ ଏକ ନିର୍ଜ୍ଜଳ,ବିଷାକ୍ତହୀନ ଗ୍ୟାସ ଅଟେ। ଏହା ଯେକୌଣସି ତାପମାତ୍ରାରେ ଅନ୍ୟ କୌଣସି ଗ୍ୟାସ ସହ ଫ୍ୟୁଜ୍ ହୋଇନଥାଏ ଯାହା ଦ୍ବାରା ଟାୟାରରେ ନ୍ୟୂନତମ ଆର୍ଦ୍ରତା ରଖିବାରେ ସାହାଯ୍ୟ କରିଥାଏ। ନାଇଟ୍ରୋଜେନ୍ ଗ୍ୟାସ୍ ଟାୟାରରେ ଆର୍ଦ୍ରତାକୁ କମ୍ କରିଥାଏ। ଏହା ଦ୍ବାରା ଟାୟାରର ରିମର କୌଣସି କ୍ଷତି ହୋଇନଥାଏ। ସାଧାରଣ ଗ୍ୟାସରେ ଅକ୍ସିଜେନର ମାତ୍ରା ଅଧିକ ହୋଇଥାଏ ଯାହା କାରଣରୁ ଆର୍ଦ୍ରତାର ମାତ୍ରା ବଢ଼ିଯାଇଥାଏ ।

ସବୁ ଋତୁରେ ନାଇଟ୍ରୋଜେନ୍ ଗ୍ୟାସ ସାଧାରଣ ଗ୍ୟାସ ତଳନାରେ ଅଧିକ ଥଣ୍ଡା ରହିଥାଏ। ଯାହା ଦ୍ବାରା ଟାୟାର ସବୁ ଋତୁରେ ଠିକ ଭାବେ କାମ କରିଥାଏ ଏବଂ ଡ୍ରାଇଭ କରିବାରେ ସୁବିଧା ହୋଇଥାଏ।

ଟାୟାରରେ ନାଇଟ୍ରୋଜେନ୍ ଗ୍ୟାସ ଭର୍ତ୍ତି କରିବା ଦ୍ବାରା ଟାୟାର ଭିତରର ତାପମାତ୍ରା ସମାନ ରହିଥାଏ। ଏଥିରେ ଗ୍ୟାସର ଚାପ ସମାନ ରହିଲେ ମାଇଲେଜ ଏବଂ ପରଫରମନ୍ସ ମଧ୍ୟ ଉନ୍ନତ ହେବ ଏବଂ ଗାଡ଼ି ମଧ୍ୟ ହାଲୁକା ଭାବେ ଚାଲିବ।

ଖାସ୍ କଥା ହେଉଛି ଏହା ଯେ ଯଦି ଆପଣ ଟାୟାରରେ ସାଧାରଣ ଗ୍ୟାସ୍ ଭର୍ତ୍ତି କରୁଛନ୍ତି ତେ​ବେ ଦୀର୍ଘ ସମୟ ଯାଏଁ ଡ୍ରାଇଭ କରିଲେ ଉଚ୍ଚ ତାପାମତ୍ରା ଯୋଗୁଁ ଟାୟାର ବ୍ଲାଷ୍ଟ ହେବାର ଆଶଙ୍କା ବଢ଼ିଯାଇଥାଏ। କିନ୍ତୁ ନାଇଟ୍ରୋଜେନ୍ ଗ୍ୟାସ ବ୍ୟବହାର କରିବା ଫଳରେ ଟାୟାର ଫାଟିବାର ସମ୍ଭାବନା ୯୦ପ୍ରତିଶତ କମ୍ ହୋଇଯାଇଥାଏ। କେବଳ ଏତିକି ନୁହେଁ ହାଇଓ୍ବେରେ ଟାୟାର ସୁରକ୍ଷିତ ରହିଥାଏ।

ପ୍ରତି ଟାୟାର ପାଇଁ ନାଇଟ୍ରୋଜେନ୍ ଗ୍ୟାସ୍ ପାଇଁ ଆପଣଙ୍କୁ ୨୦ରୁ ୨୫ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ କେତେକ ପେଟ୍ରୋଲ ପମ୍ପରେ ଏହା ମାଗଣାରେ ମିଳିଥାଏ। ଯଦି ଆପଣ ପୂର୍ବରୁ ଏହି ଗ୍ୟାସ ବ୍ୟବହାର କରୁଛନ୍ତି ତେବେ କମିଗଲେ ଆପଣ ଟପ୍ ଅପ୍ ମଧ୍ୟ କରି ପାରିବେ ଏଥିରେ ମଧ୍ୟ କମ୍ ଖର୍ଚ୍ଚ ହୋଇଥାଏ।

ଫର୍ମୁଲା ଓ୍ବାନ ରେସରେ ଯେଉଁ ସୁପର କାର ବ୍ୟବହୃତ ହୋଇଥାଏ ସେଥିରେ ସମୁ ଟାୟାରରେ ନାଇଟ୍ରୋଜେନ୍ ଗ୍ରାସ ବ୍ୟବହାର କରାଯାଇଥାଏ।

ଦିଲ୍ଲୀର ଇଣ୍ଡିଆନ ଅୟେଲ ପେଟ୍ରୋଲ ପମ୍ପରେ ଆପଣ ମାଗଣାରେ ନାଇଟ୍ରୋଜେନ୍ ଗ୍ୟାସ୍ ଭର୍ତ୍ତି କରି ପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.