ଆର୍ଥିକ ସ୍ଥିତି ମଜବୁତ କରିବ ଫିଟିକିରିର ଏହି ଉପାୟ, ବାସ୍ତୁ ଦୋଷ ହେବ ଦୁର

Published By : Prameya-News7 Bureau | July 01, 2021 IST

ନୂଆଦିଲ୍ଲୀ ୦୧/୦୭: ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମ ଚାରିପାଖରେ ଥିବା ପରିବେଶ ଆମ ଉପରେ ଗଭୀର ପ୍ରଭାବ ପକାଇଥାଏ। ଘର କିମ୍ବା କର୍ମକ୍ଷେତ୍ରରେ ବାସ୍ତୁ ତ୍ରୁଟି ହେତୁ ଜୀବନ ଚିନ୍ତା ଏବଂ ସମସ୍ୟା ଦ୍ୱାରା ଘେରି ରହିଥାଏ । ଏହି କାରଣରୁ, ପ୍ରଗତିରେ ବାଧା, ସମ୍ପର୍କରେ ବିଚ୍ଛିନ୍ନତା, ଆର୍ଥିକ ସମସ୍ୟା ଇତ୍ୟାଦି ସାମ୍ନା କରିବାକୁ ପଡିଥାଏ । ତେଣୁ ଏହାକୁ ଏଡାଇବା ପାଇଁ ଫିଟିକିରି ସହିତ ଜଡିତ କିଛି ଉପାୟ କରାଯାଇପାରିବ ।  ବାସ୍ତୁ ଶାସ୍ତ୍ରରେ ଫିଟିକରିର ବିଶେଷ ମହତ୍ତ୍ୱ ରହିଛି । ଏହା ସହ ଜଡିତ କିଛି ଉପାୟ କରିବା ଦ୍ୱାରା, ଘର ଏବଂ କାର୍ଯ୍ୟକ୍ଷେତ୍ରରେ ଥିବା ନକାରାତ୍ମକ ଶକ୍ତି ସକରାତ୍ମକରେ ରୂପାନ୍ତରିତ ହୋଇଥାଏ । ଜୀବନର ସମସ୍ୟା ଦୁର ହୋଇ, ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ । ତେବେ ଚାଲନ୍ତୁ ଜାଣିବା ଫିଟିକିରି ସହ ଜଡିତ ଉପାୟ ଗୁଡିକ ବିଷୟରେ...

{"width":618,"height":339}
PunjabKesari

ସକରାତ୍ମକ ଶକ୍ତି ପାଇଁ:

ଯେତେବେଳେ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ସେତେବେଳେ, ସମସ୍ୟା ଏବଂ ଚିନ୍ତା ବୃଦ୍ଧି ପାଇଥାଏ । ଏହାକୁ ଏଡାଇବା ପାଇଁ ଘରର ଝରକା ପାଖରେ ଏକ ଫିଟିକରି ରଖନ୍ତୁ । ଏହା ଘରେ ସକାରାତ୍ମକ ଶକ୍ତି ଯୋଗାଇଥାଏ ।

ବ୍ୟବସାୟରେ ଅଭିବୃଦ୍ଧି ପାଇଁ:

ଏକ କଳା କପଡ଼ାରେ ଫିଟିକିରିକୁ ବାନ୍ଧି ଅଫିସ୍ କିମ୍ବା ଦୋକାନର ମୁଖ୍ୟ ପ୍ରବେଶ ପଥରେ ବାନ୍ଧନ୍ତୁ । ଏହା ପ୍ରଗତି ପାଇଁ ବାଟ ଖୋଲିଥାଏ ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ:

ପାଣିରେ କିଛି ଫିଟିକିରି ମିଶାଇ ଗାଧାନ୍ତୁ ଏବଂ ଘର ସଫା କରନ୍ତୁ । ବାସ୍ତୁ ଅନୁସାରେ ଏହାଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ଧନଲାଭର ଯୋଗ ହୋଇଥାଏ।

ବାସ୍ତୁ ଦୋଷ ଦୁର କରିବା ପାଇଁ:

ଯଦି ଘର କିମ୍ବା ଅଫିସରେ ବାସ୍ତୁ ତ୍ରୁଟି ରହିଥାଏ ତେବେ ସେଠାରେ ବାଧା ଉପୁଜି ଥାଏ । ଏହାକୁ ଏଡାଇବା ପାଇଁ ଏକ ପାତ୍ରରେ ୫୦ ଗ୍ରାମ ଫିଟିକିରି ରଖନ୍ତୁ । ତା’ପରେ ସେହି ପାତ୍ରକୁ ଘର କିମ୍ବା କାର୍ଯ୍ୟାଳୟର ଯେକୌଣସି କୋଣରେ ରଖନ୍ତୁ । ମନେରଖନ୍ତୁ ଏହାକୁ ଏପରି ସ୍ଥାନରେ ରଖନ୍ତୁ ଯେପରିକି କେହି ଏହାକୁ ଦେଖିପାରିବେ ନାହିଁ । ଏହା କରିବା ଦ୍ୱାରା ଆପଣଙ୍କୁ ଶୀଘ୍ର ଲାଭ ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.