ଭଣ୍ଡାରୀପେ।ଖରୀ ନିରଗୁଣ୍ଡି ପଞ୍ଚାୟତ ରାଉତସାହିରେ ଭୟାବହ ଅଗ୍ନିକାଣ୍ଡ: ଜଳିପୋଡି ପାଉଁଶ ହୋଇଗଲା ସବୁକିଛି, ସର୍ବସ୍ବାନ୍ତ ହୋଇଗଲେ ୨୩ ପରିବାର

Published By : Prameya-News7 Bureau | January 15, 2019 IST

ଭଣ୍ଡାରୀପେ।ଖରୀ ୧୫|୧: ଭୟାବହ ଅଗ୍ନିକାଣ୍ଡ ।ପିନ୍ଧାଲୁଗା ଛଡା କିଛିବି ବଂଚେଇ ପାରିଲେନି ୨୩ଟି ପରିବାର।ଆଖି ଆଗରେ ଜଳିପୋଡି ପାଉଁଶ ହୋଇଗଲା ସବୁକିଛି ।ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପେ।ଖରୀ ନିରଗୁଣ୍ଡି ପଞ୍ଚାୟତ ରାଉତସାହିରେ।

{"id":74186}

 । ନିଆଁ ଲାଗି ସର୍ବସ୍ବାନ୍ତ । ବିପନ୍ନ ଖେ।ଲା କାକାଶ ତଳେ ଥିବା ବେଳେ ସେମାନଙ୍କୁ ସହାୟତ କରିଛି ଜିଲ୍ଲା ପ୍ରଶାସନ । 

{"id":74187}

କଥାରେ ଅଛି ଘୋଡାଚଢା ଠାରୁ ସଂପତ୍ତି ନାହିଁ -ଘରପୋଡିଠାରୁ ବିପତ୍ତି ନାହିଁ।ସତରେ ଏମିତି  ବିପତ୍ତି ମାଡି ଆସିଛି ବୋଲି କାନ୍ଦି କାନ୍ଦି କହିଛନ୍ତି ଅଗ୍ନି ବିପନ୍ନ ଶାନ୍ତିଲତା ।ତାଙ୍କ ପରିବାରର ସବୁ ପୋଡି ପାଉଁଶ ହୋଇଯାଇଛି ।ଶାନ୍ତିଲତା ସିନା କହିଲେ ତାଙ୍କ ଘରର ଦଶା ହେଲେ  ଗାଁରଏହି ସମାନ ଦଶା ଭୋଗିଛନ୍ତି ୨୩ଟି ପରିବାର।

{"id":74188}

ଦେଖନ୍ତୁ ଏହି ଦୃଶ୍ୟ କେମିତି ହୁତହୁତ ହୋଇ ଜଳୁଛି ଭଦ୍ରକ ଜିଲ୍ଲା ଭଣ୍ଡାରୀପେ।ଖରୀ ନିରଗୁଣ୍ଡି ପଞ୍ଚାୟତ ରାଉତସାହି।ଯୁଆଡେ ଦେଖିଲେ ନିଆଁ ଆଉ ନିଆଁ ।ରାତିରେ ସମସ୍ତେ ଖାଇପିଇ ପିଲାଛୁଆ ଧରି ବିଛଣା ଧରିଥିଲେ ହେଲେ ରାତି ଅଧରେ କେଉଁଠି କେମିତି ଚାଳରେ  ନିଆଁ ଲାଗିଲା କେହିବି ଜାଣିନାହାନ୍ତି  ।

{"id":74190}

ଚିତ୍କାର ଶୁଣି ସମସ୍ତେ ପିଲାଛୁଆଙ୍କୁ ଟାଣିଓଟାରି ଡହଳବିକଳରେ ପ୍ରାଣ ବଂଚାଇବାକୁ ଘରୁ ବାହାରି ଆସିଲେ ହେଲେ,ଧାନ ଚାଉଳ ଠୁ ଆରମ୍ଭକରି ଗାଇଗୋରୁ ସୁନା ରୂପା ଟଙ୍କା ସବୁ ନିଜ ଆଖି ଆଗରେ ଜଳି ପୋଡି ପାଉଁଶ ହୋଇଗଲା

{"id":74191}

ଆଉ ଏହାହେଉଛି ଘରପୋଡି ପରେ ଗାଁରଦୃଶ୍ୟ ।ସକାଳୁ ସମସ୍ତେ ନିଜନିଜ ଘରେ ଆଣ୍ଡାଳି ଖୋଜୁଛନ୍ତି ନିଜର ସାଇତା ସଂପତ୍ତିକୁ ହେଲେ ସବୁକିଛି ଛାରଖାର ହୋଇଯାଇଛି।ଦେଖନ୍ତୁ ଚାରିଆଡେ କେବଳ ପୋଡା ବାଉଁଶ ଆଉ ସିମେଣ୍ଟ ଖୁଣ୍ଟି ।

{"id":74192}

ଆଉ ଏ ହେଉଛି ପୋଡି ହୋଇ ପ୍ରାଣ ହରାଇଥିବା ଗାଇ ଗୋରୁ ଗାଇଙ୍କ ଦୃଶ୍ୟ।ବାଇକ ମଧ୍ୟ ପୋଡି ପାଉଁଶ ହୋଇଯାଇଛି କେହି ଦରପୋଡା ବାସନକୁସନକୁ ଏକାଠି କରୁଛି ଗଣ୍ଡେଦାନା ନେଇ ଖାଇବା ପାଇଁ ।ଜିଲ୍ଲା ପ୍ରଶାସନ ଗାଁରେ ପହଞ୍ଚି ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ସହ ପଲିଥିନ ଯୋଗାଇଦେଇଛନ୍ତି ।

{"id":74193}

ଗାଁ ପାଖ ବିଦ୍ୟାଳୟରେ ଲୋକଙ୍କୁ ଥଇଥାନ କରାଯାଇଛି । ତିନିଦିନ ରନ୍ଧା ଖାଦ୍ୟ ସହ ଖୁବ ଶୀଘ୍ର ସହାୟତା ରାଶି ଯୋଗାଇଦିଆଯିବା ବୋଲି କହିଛନ୍ତି ଜିଲ୍ଲାପାଳ

{"id":74194}

ଅଗ୍ନିକାଣ୍ଡ ପରେ ଖାଁ ଖାଁ ହେ।ଇଯାଇଛି ଗାଁ । ନିସ୍ତବ୍ଧ ହେ।ଇଯାଇଛନ୍ତି ସମସ୍ତେ । ଆଖି ଆଗରେ ଜୀବନଯାକର ପୁଞ୍ଜି ଜଳି ପେ।ଡି ଛାରଖାର ହେ।ଇଯାଇଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଲେ।କେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.