କରୋନା ପାଇଁ ଭାରତକୁ ପୁଣି ଏକ ଝଟ୍କା, ଫିଚ୍ର ଆକଳନ- ବହୁ ମାତ୍ରାରେ ହ୍ରାସ ପାଇବ ଭାରତୀୟ ଅର୍ଥନୀତି
8/09/2020 at 2:42 PM

ନୂଆଦିଲ୍ଲୀ ୦୮/୦୯: କରୋନା ମହାମାରୀ ସାରା ବିଶ୍ବରେ କାୟା ବିସ୍ତାର କରିଛି । କରୋନା ପାଇଁ ବିଶ୍ବର ଅର୍ଥବ୍ୟବସ୍ଥାରେ ଅବନତି ହୋଇଛି। ବିଭିନ୍ନ ଦେଶରେ ଜିଡିପି ନିମ୍ନଗାମୀ ହେଉଥିବା ବେଳେ ଭାରତ ଏହି ଲିଷ୍ଟରେ ଆଗରେ ରହିଛି । କରୋନା ପାଇଁ ବିଶେଷ ଭାବେ ଭାରତ କ୍ଷତିଗ୍ରସ୍ତ ହେବ। ଏନେଇ ଆମେରିକୀୟ ସଂସ୍ଥା ଫିଚ୍ ରେଟିଂସ୍ ତଥ୍ୟ ଜାରି କରିଛି । ଫିଚ୍ ରେଟିଂସ୍ ଚଳିତ ଆର୍ଥିକ ବର୍ଷ ୨୦୨୦-୨୧ ବର୍ଷରେ ଭାରତର ଅର୍ଥବ୍ୟବସ୍ଥାରେ ୧୦.୫ ପ୍ରତିଶତ ହ୍ରାସ ପାଇବ ବୋଲି ଅନୁମାନ କରିଛି ।
ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ(ଏପ୍ରିଲ-ଜୁନ୍)ରେ ଭାରତରେ ୨୩.୯ ପ୍ରତିଶତ ଜିଡିପି ହ୍ରାସ ପାଇଛି । ଏହା ବିଶ୍ବର ଅନ୍ୟ ପ୍ରମୁଖ ଅର୍ଥବ୍ୟବସ୍ଥା ତୁଳନାରେ ଅଧିକ ବୋଲି ଜଣାପଡ଼ିଛି । କରୋନା ମହାମାରୀ ପାଇଁ ଦେଶରେ ଲଗାତର ଲାଗୁ କରାଯାଇଥିବା ଲକ୍ଡାଉନ୍ ଓ ସଟଡାଉନ୍ ପାଇଁ ହିଁ ଜିଡିପି ହ୍ରାସ ପାଇଥିବା କୁହାଯାଉଛି।
ଅନ୍ୟପଟେ ଚଳିତ ଆର୍ଥିକବର୍ଷର ଶେଷ ତ୍ରୈମାସିକ ଅକ୍ଟୋବରରୁ ଡିସେମ୍ବରରେ ଜିଡିପିରେ ସୁଧାର ଆସିବ । ଏଥିରୁ ଏହା ସ୍ପଷ୍ଟ ଯେ ବର୍ଷ ଶେଷ ଆଡ଼କୁ ଅର୍ଥବ୍ୟବସ୍ଥା ଗତିଶୀଳ ହେବ ବୋଲି ଫିଚ୍ ରେଟିଂସ୍ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଚଳିତ ଆର୍ଥିକବର୍ଷରେ ଜିଡିପି ହ୍ରାସକୁ ନେଇ ହୋଇଥିବା ଅନୁମାନକୁ ସଂଶୋଧିକ କରି ଏହାକୁ ୧୦.୫ ପ୍ରତିଶତ କରାଯାଇଛି । ବିଶ୍ବ ଅର୍ଥନୀତିରେ ହୋଇଥିବା ହ୍ରାସ ତୁଳନାରେ ଭାରତର ଅର୍ଥବ୍ୟବସ୍ଥା ହ୍ରାସ ଅନୁମାନକୁ ୫ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ଫିଚ୍ ରେଟିଂସ୍ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଚଳିତ ଆର୍ଥିକବର୍ଷରେ ଭାରତ ଜିଡିପି ହ୍ରାସ ୫ ପ୍ରତିଶତ ବୋଲି ଅନୁମାନ କରିଥିଲା ଫିଚ୍ ରେଟିଂସ୍ ।