Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଫିଚ୍ ରେଟିଙ୍ଗ୍ସର ପୂର୍ବାନୁମାନ, ଆସନ୍ତା ଆର୍ଥିକ ବର୍ଷରେ ୯.୫ ପ୍ରତିଶତ ହାରରେ ବଢିବ ଭାରତର ଅର୍ଥବ୍ୟବସ୍ଥା

10/06/2020 at 5:38 PM

ନୂଆଦିଲ୍ଲୀ ୧୦।୦୬: ଚଳିତ ଆର୍ଥିକ ବର୍ଷରେ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିବା ଦେଶର ଅର୍ଥବ୍ୟବସ୍ଥା ଆଗାମୀ ଆର୍ଥିକ ବର୍ଷରେ ୯.୫ ପ୍ରତିଶତ ହାରରେ ଆଗକୁ  ବଢିବ ବୋଲି ଅନୁମାନ କରାଯାଇଛି। ରେଟିଂ ଏଜେନ୍ସି ଫିଚ୍‌ ରେଟିଙ୍ଗ୍ସ ବୁଧବାର ଜାରି ନିଜର ରିପୋର୍ଟରେ ଏହି ସୂଚନା ଦେଇଛି। ଫିଚ୍ ରେଟିଙ୍ଗ୍ସ ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥା ୫ ପ୍ରତିଶତ ହ୍ରାସ ଘଟିବ ବୋଲି ଅନୁମାନ କରିଛି।

ଫିଚ୍‌ର ରିପୋର୍ଟରେ କୁହାଯାଇଛି, କୋଭିଡ୍-୧୯ ମହାମାରୀ ଦେଶର ଆର୍ଥିକ ଅଭିବୃଦ୍ଧିହାରକୁ ଦୁର୍ବଳ କରିଛି। ଏହାର ଆଉ ଏକ ପ୍ରମୁଖ କାରଣ ସରକାରଙ୍କ ଉପରେ ଆର୍ଥିକ ବୋଝଭାର ଅଧିକ ରହିଛି। ଏହା ସରକାରଙ୍କ ଲାଗି ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ। ଫିଚ୍‌ କହିଛି, ଏହି ବିଶ୍ଵ ମହାମାରୀ ସଙ୍କଟ ପରେ ଦେଶର  ଜିଡିପି ଅଭିବୃଦ୍ଧିହାର ପୁଣି ଥରେ ଟ୍ରାକକୁ ଫେରିବାର ଆଶା ରହିଛି। ପୁଣି ଥରେ ଦେଶର ଅର୍ଥନୀତି ଉର୍ଦ୍ଧ୍ଵଗାମୀ ହେବ। ଆସନ୍ତା ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୯.୫ ପ୍ରତିଶତ ହେବାର ଅନୁମାନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଦେଶରେ କରୋନା ଭାଇରସ୍‌ ରୋକିବା ଲାଗି ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଲାଗୁ ହୋଇଥିଲା। ପର୍ଯ୍ୟାୟକ୍ରମେ ଏହାକୁ ଜୁନ ୩୦ ପର୍ଯ୍ୟନ୍ତ ବଢା ଯାଇଛି। ମାତ୍ର ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟରେ ଅନେକ କିଛି କୋହଳ କରାଯାଇଛି। ମାତ୍ର ଦେଶରେ ସଂପ୍ରତି କରୋନା ସଂକ୍ରମିତଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢିବାରେ ଲାଗିଛି।

   Related Posts