୨୦୨୧ରେ ବଢିବ ଉପଭୋକ୍ତା ବ୍ୟୟ, ତଥାପି ସୁଧୁରିବନି ଭାରତର ଆର୍ଥିକ ମାନ୍ଦାବସ୍ଥା : ଫିଚ୍ ସଲ୍ୟୁସନସ୍

Published By : Prameya-News7 Bureau | November 30, 2020 IST

ନୂଆଦିଲ୍ଲୀ ୩୦।୧୧: ଭାରତରେ ଉପୁଜିଥିବା ଆର୍ଥିକ ମାନ୍ଦାବସ୍ଥାରେ ଏତି ଶୀଘ୍ର ସୁଧାର ଦେଖାଯାଉନି। ଏପରି ଆଶଙ୍କା କରିଛନ୍ତି ଗ୍ଲୋବାଲ ମାର୍କେଟିଙ୍ଗ ଇନସାଇଟ୍‌ ଫିଚ୍‌ ସଲ୍ୟୁସନ୍। କରୋନା ଭାଇରସ ମହାମାରୀ ସଂକ୍ରମଣ ଓ ଦେଶରେ ଅଚାନକ ଲକଡାଉନ୍‌ ଅର୍ଥବ୍ୟବସ୍ଥାକୁ ଗୁରୁତର ପ୍ରଭାବିତ କରିଛି। ଉପଭୋକ୍ତା ବ୍ୟୟ ହ୍ରାସ ଦେଶରେ ମାନ୍ଦାବସ୍ଥାକୁ ସୂଚାଉଛି। ଆଗାମୀ ନୂଆବର୍ଷ ପରିସ୍ଥିତିରେ ଅନେକ ସୁଧାର ଆଣିବ। ହେଲେ ଆର୍ଥିକ ଅବସ୍ଥାରେ ଆଶା କରାଯାଉଥିବା ସୁଧାର ଲାଗି ଦେଶକୁ ଅନେକ ବର୍ଷ ଅପେକ୍ଷା କରିବାକୁ ପଡିପାରେ ବୋଲି ଫିଚ୍‌ କହିଛି।

୨୦୨୦ ବର୍ଷରେ ଉପଭୋକ୍ତ ବ୍ୟୟରେ ୧୨.୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ୨୦୨୧ରେ ହୁଏତ ଏଥିରେ କିଛି ମାତ୍ରାରେ ସୁଧାର ଆସିପାରେ। ଏଣୁ ଉପଭୋକ୍ତା ବ୍ୟୟ ଅତି ବେଶିରେ ୬.୬ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ହେଲେ ଏହି ଅଭିବୃଦ୍ଧି ଆର୍ଥିକ ସଚଳତା ଲାଗି  ସହାୟକ ହୋଇ ନପାରେ ବୋଲି ବୈଶ୍ୱିକ ଆର୍ଥିକ ପର୍ଯ୍ୟବେକ୍ଷକ ଆଶଙ୍କା ବ୍ୟକ୍ତ କରିଛନ୍ତି।

କୋଭିଡ ଲକଡାଉନ ଯୋଗୁ ଦେଶରେ ନିଯୁକ୍ତି ହ୍ରାସ ହୋଇଛି। ବେକାରୀ ସର୍ବୋଚ୍ଚସ୍ତରରେ ପହଞ୍ଚିଥିବାରୁ ଏ ନେଇ ସରକାରୀ ଉପାୟ କେତେମାତ୍ରାରେ ସହାୟକ ହେଉଛି ତା ଉପରେ ଦେଶ ମାନ୍ଦାବସ୍ଥାରୁ ବାହାରିପାରିବ କି ନା ଏବେ ନିର୍ଭର କରୁଥିବା ଫିଚ୍ କହିଛନ୍ତି। ତେବେ ବିଶ୍ୱର ଅନ୍ୟ ଦେଶଙ୍କ ତୁଳନାରେ ଭାରତର ଆର୍ଥିକ ମାନ୍ଦାବସ୍ଥା ଅଧିକ ସୁସ୍ଥିଆ ରହିପାରେ ବୋଲି ଅନୁମାନ କରିଛନ୍ତି।

ଫିଚ୍‌ ସଲ୍ୟୁସନ ଅନୁମାନ ଅନୁସାରେ ୨୦୨୧ ଆର୍ଥିକ ବର୍ଷର ଦ୍ୱିତୀୟ ଷାଣ୍ମାସିକ ଓ ୨୦୨୨ ମସିହା ପ୍ରଥମ ଷାଣ୍ମାସିକରେ ହୁଏତ ଭାରତର ଉପଭୋକ୍ତା ବ୍ୟୟ ୨୦୧୯ ସ୍ତରକୁ ଫେରିପାରେ। ୨୦୧୯ ବର୍ଷରେ ପାରିବାରିକ ଖର୍ଚ୍ଚ ୧୨୧.୬ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ହୁଏତ ସରକାରଙ୍କ ଆର୍ଥିକ ଓ ନିଯୁକ୍ତି ସଂସ୍କାର ଅର୍ଥନୀତିରେ ସକରାତ୍ମକ ସୁଧାର ଆଣିପାରେ। ଏଣୁ ୨୦୨୧ ରେ ଉପଭୋକ୍ତା ପାରିବାରିକ ବ୍ୟୟ ୧୨୩ କୋଟି ଟଙ୍କା ଅର୍ଥାତ ୨୦୧୯ ତୁଳନାରେ ୧.୨ବୃଦ୍ଧି ହୋଇପାରେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.