-୫% ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେବ ଭାରତର ଅଭିବୃଦ୍ଧି ହାର: ‘ଫିଚ୍’

Published By : Prameya-News7 Bureau | May 27, 2020 IST

ନୂଆଦିଲ୍ଲୀ ୨୭।୫: ରେଟିଂ ଏଜେନ୍ସୀ ଫିଚ୍‌ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ଆକଳନ ହ୍ରାସ କରିଛନ୍ତି। ଏଜେନ୍ସୀଙ୍କ ଅନୁସାରେ ଏହି ବର୍ଷ ଭାରତର ଅଭିବୃଦ୍ଧି ହାର -୫/- ପର୍ଯ୍ୟନ୍ତ ଯାଇପାରେ ବୋଲି ସତର୍କ କରାଇ ଦେଇଛନ୍ତି। ଏହା ପୂର୍ବରୁ ଫିଚ୍‌ ଗତ ଏପ୍ରିଲ ମାସରେ ଦେଶର ଅଭିବୃଦ୍ଧି ହାର ଆକଳନ କରିଥିଲେ। ଏଥିରେ କରୋନା ସଂକ୍ରମଣ ଓ ତତ୍ ଜନିତ ଲକଡାଉନ୍ ଓ ସଟଡାଉନ୍‌ ଯୋଗୁ ଦେଶର ଅଭିବୃଦ୍ଧି ହାର ୦.୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇପାରେ ବୋଲି ଆକଳନ କରିଥିଲେ। ତେବେ ତାଙ୍କର ପୂର୍ବ ଆକଳନକୁ ବଦଳାଇ ବିଯୁକ୍ତ ୫ ପ୍ରତିଶତ ଆକଳନ କରିଛନ୍ତି।

{"id":276838,"sizeSlug":"large"}

ଭାରତ କରୋନା ଲକଡାଉନ୍‌କୁ କଡାକଡି ପାଳନ କରିଛି ଓ ଦେଶରେ ଦୀର୍ଘକାଳ ହେଲା ଆର୍ଥିକ ଗତିବିଧି ବନ୍ଦ ରହିଛି। ସରକାର ଦେଶକୁ ଲକଡାଉନ କରିବା ବେଳେ ଏହା ମାତ୍ର କିଛି ସପ୍ତାହ ପର୍ଯ୍ୟନ୍ତ ଚାଲିପାରେ ବୋଲି ଅନୁମାନ କରାଯାଉଥିଲା। ହେଲେ ଏବେ ଏହା ଭୁଲ ପ୍ରମାଣିତ ହୋଇଛି। ଏଜେନ୍ସୀ ମେ ମାସରେ ତାଜା ବୈଶ୍ୱିକ ପରିଦୃଶ୍ୟରେ ଜିଡିପିର ଆକଳନ କରିଥିଲେ। ତେବେ ବୈଶ୍ୱକି ପରିସ୍ଥିତିରେ ପରିବର୍ତ୍ତନ ଆସିଥିବା ବେଳେ ଭାରତର ପରିସ୍ଥିତି ବେଳକୁ ବେଳ ଗୁରୁତର ହେବାରେ ଲାଗିଛି ବୋଲି ଏଜେନ୍ସୀ ରିପୋର୍ଟରେ କହିଛି।

{"id":276841,"sizeSlug":"large"}

ସରକାର ଦୀର୍ଘସମୟ ପର୍ଯ୍ୟନ୍ତ ଲକଡାଉନ୍‌ ବଢାଇବା ଏପରି ପରିସ୍ଥିତି ସୃଷ୍ଟି କରିଥିବା ଫିଚ୍ କହିଛି। ୨୦୧୯-୨୦ରେ ଭାରର ଅଭିବୃଦ୍ଧି ହାର ୩.୯ ପ୍ରତିଶତ ଥିବାର ଆକଳନ କରିଛନ୍ତି। ସେହିପରି ୨୦୨୧-୨୨ରେ ଦେଶର ବୃଦ୍ଧି ହାର ୯.୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ଫିଚ୍ ଆକଳନ କରିଛନ୍ତି। ଫିଚ୍ ରେଟିଂସ୍‌ର ମୁଖ୍ୟଅର୍ଥଶାସ୍ତ୍ରୀ ବ୍ରାୟନ କୁଲ୍ଟନ ୨୦୨୦ ବିସ୍ୱ ଜିଡିପିରେ ୪.୬ପ୍ରତିଶତ ହ୍ରାସ ଆକଳନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.