ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫିଟ୍ ଇଣ୍ଡିଆ ମୁଭମେଣ୍ଟ କାର୍ଯ୍ୟକ୍ରମରେ ସାମିଲ ହେଲେ କ୍ରିକେଟର ବିରାଟ କୋହଲି

Published By : Prameya-News7 Bureau | September 24, 2020 IST

ନୂଆଦିଲ୍ଲୀ ୨୪/୦୯: ଦୀର୍ଘ ସମୟ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଫିଟ୍ ରଖିବା ଚେଷ୍ଟାରେ ଅଛନ୍ତି। ସେଥିପାଇଁ ସେ ଫିଟ ଇଣ୍ଡିଆ ମୁଭମେଣ୍ଟ ବି ଆରମ୍ଭ କଲେ। ଫିଟ୍‌ ଇଣ୍ଡିଆ ମୁଭମେଣ୍ଟର ପ୍ରଥମ ବର୍ଷ ପୂର୍ତି ଅବସରରେ ଆଜି ମୋଦି ଦେଶକୁ ଫିଟ ରଖିବାରେ ସଚେତନ କରିଥିବା ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଛନ୍ତି। ଏଥିରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ସାମିଲ ଅଛନ୍ତି। କରୋନା ଯୋଗୁ ଏ କାର୍ଯ୍ୟକ୍ରମକୁ ଭର୍ଚୁଆଲ ଭାବେ ଆ​‌ୟୋଜିତ କରାଯାଇଛି।

କାର୍ଯ୍ୟକ୍ରମକୁ କୋହଲିଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେ ନିଜ ଖୁସି ବ୍ୟକ୍ତ କରିଛନ୍ତି। ବିରାଟ କୋହଲିଙ୍କ ଫିଟନେସ୍ ଓ ନିତିଦିନର ରୁଟିନକୁ ନେଇ ମୋଦି ତାଙ୍କ ସହ ଆଲୋଚନା କରିଛନ୍ତି। ଦିଲ୍ଲୀର ଛୋଲେ ଭଟୁ​‌ରେ ଖାଉ ନ ଥିବାରୁ ମନଦୁଃଖ ହେଉଥିବା ବୋଲି ମୋଦି କୋହଲିଙ୍କୁ ପଚାରିଲେ। ଏହାର ଉତ୍ତରରେ କୋହଲି କହିଲେ, ପୂର୍ବରୁ ସେ ପ୍ରାକ୍ଟିସ୍ ବେଳେ ବାହାର ଖାଦ୍ୟ ଖାଉଥିଲେ। ଏବେ କିନ୍ତୁ ବହୁତ କିଛି ବଦଳି ଗଲାଣି। ତାଙ୍କୁ ପରେ ଲାଗିଲା ନିଜେ ଫିଟ୍ ରହିବା ପାଇଁ କାମ କରିବା ଦରକାର। କାରଣ ନିଜେ ଫିଟ୍ ନ ରହିଲେ କୌଣସି କାମ କରି ହେବ ନାହିଁ ।

wp:core-embed/twitter {"url":"https://twitter.com/ANI/status/1309019641558241281","type":"rich","providerNameSlug":"twitter","className":""}
https://twitter.com/ANI/status/1309019641558241281
/wp:core-embed/twitter

ଏହି ଅବସରରେ ମୋଦି ଫିଟ୍ ଇଣ୍ଡିଆ ଅପ୍ରୋପ୍ରିଏଟ୍ ଫିଟନେସ୍ ପ୍ରୋଟୋକଲ ଲଞ୍ଚ କରିଛନ୍ତି। କୋହଲିଙ୍କ ବ୍ୟତୀତ ମିଲିନ୍ଦ ସୋମନ ଓ ପୋଷଣ ବିଶେଷଜ୍ଞ ରୁଜୁତା ଦେବେକର ବି ସାମିଲ ହୋଇଛନ୍ତି। କାର୍ଯ୍ୟକ୍ରମରେ ମିଲିନ୍ଦଙ୍କ ସହ ଆଲୋଚନାରେ ମୋଦି ତାଙ୍କୁ ମଜାଳିଆ ଢ଼ଙ୍ଗରେ ପଚାରିଲେ ଇଣ୍ଟରନେଟରେ ଆପଣଙ୍କ ବୟସ ଯାହା ଦେଖାଉଛି ସେଇଟା କ’ଣ ପ୍ରକୃତ ବୟସ? ଏହାର ଉତ୍ତରରେ ମିଲିନ୍ଦ ପୂର୍ବପିଢ଼ିଙ୍କ କଥା କହିଲେ। ଏହା ସହ ମୋଦି ନିଜର ଫିଟନେସ୍ ଓ ସୁସ୍ଥ ଜୀବନ ସମ୍ପର୍କରେ ଆଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.