ପୁରୀ ଜିଲ୍ଲା ସମୁଦ୍ରରେ ଜାରି ହେଲା ମାଛ ଧରା କଟକଣା, କୂଳରୁ ୫ କିଲୋମିଟର ମଧ୍ୟରେ ହୋଇ ପାରିବନି ଫିସିଂ

Published By : Prameya-News7 Bureau | November 03, 2020 IST

ପୁରୀ ୩।୧୧: ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ପକ୍ଷରୁ ପୁରୀ ଜିଲ୍ଲାର ସମୁଦ୍ରରେ ମାଛ ଧରା କଟକଣା ଜାରି ହୋଇଛି । ନଭେମ୍ୱର ୧ ରୁ ଆରମ୍ଭ ହୋଇଥିବା ଏହି କଟକଣା ଆସନ୍ତା ମେ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ଋତୁରେ ସେମାନଙ୍କୁ ସୁରକ୍ଷା ଦେବା  ଲାଗି ଏହି କଟକଣା ଜାରି ହୋଇଛି। କଟକଣାକୁ ଉଲ୍ଲଂଘନ କଲେ ଡ଼ଙ୍ଗା ଓ ଟ୍ରଲର ଜବତ ସହ ଜୋରିମାନାର ବ୍ୟବସ୍ଥା ମଧ୍ୟ କରାଯାଇଛି।

{"id":355806,"sizeSlug":"large"}

 ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛଙ୍କ ସଙ୍ଗମ ଓ ଅଣ୍ତାଦାନ ଋତୁ ଆରମ୍ଭ ହେଉଛି । ତେଣୁ କଇଁଛଙ୍କୁ ସୁରକ୍ଷା ପାଇଁ ସାମୁଦ୍ରିକ ମତ୍ସ୍ୟ ବିଭାଗ ଓ ଜଙ୍ଗଲ ବିଭାଗ ପକ୍ଷରୁ କଟକଣା ଲାଗିଛି । ଦେବୀନଦୀ ମୁହାଣ ଠାରୁ ୨୦ କିମି ପରିଧି ଓ ଅନ୍ୟ ନଦୀ ମୁହାଣ ଏବଂ ସମୁଦ୍ର କୂଳରୁ ୫ କିମି  ଅଞ୍ଚଳରେ ମାଛ ଧରାକୁ ସଂପୁର୍ଣ୍ଣ ବ୍ୟାନ୍ କରାଯାଇଛି। ଏହି ସମୟରେ ମାଛଧରା ବନ୍ଦ କରିବାକୁ ତଟରକ୍ଷୀ ବାହିନୀ, ସାମୁଦ୍ରିକ ମତ୍ସ୍ୟ ବିଭାଗ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରିବେ।  ମାଛଧରା କଟକଣାକୁ ଉଲ୍ଲଘଂନ କଲେ ଜୋରିମନା, ଜେଲଦଣ୍ତ ସହ ଟ୍ରଲର ଓ ଡ଼ଙ୍ଗା ଜବତ କରାଯିବ ବୋଲି ଜିଲ୍ଲା ଅତିରିକ୍ତ ମତ୍ସ୍ୟ ଅଧିକାରୀ କହିଛନ୍ତି ।

{"id":355807,"sizeSlug":"large"}

ପ୍ରତିବର୍ଷ ନଭେମ୍ବରରୁ ମେ ମଧ୍ୟରେ ବିରଳ ପ୍ରଜାତିର ଅଲିଭ୍ ରିଡ଼ଲେ କଇଁଛ  ସଙ୍ଗମ ଓ ଅଣ୍ତାଦାନପାଇଁ ଋଷିକୁଲ୍ୟା ଓ ଦେବୀନଦୀ ମୁହାଣକୁ ଆସିଥାନ୍ତି। ତେବେ ସମୁଦ୍ର ମଧ୍ୟରେ ମୋଟର ଚାଳିତ ଡ଼ଙ୍ଗା, ବେଆଇନ୍ ଟ୍ରଲର ଚଳାଚଳ ଯୋଗୁଁ ବହୁ ସଂଖ୍ୟାରେ କଇଁଚ ମୃତ୍ୟୁବରଣ କରିଥାନ୍ତି। ଏଣୁ ଏମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ମାଛଧରା ଉପରେ କଟକଣା ଲାଗିଛି।

{"id":355808,"width":574,"height":378,"sizeSlug":"large"}

ଅନ୍ୟପଟେ କରୋନା କଟକଣା ଯୋଗୁଁ ଦୀର୍ଘ ୪ ମାସ ହେଲା ସମୁଦ୍ରରେ ମାଛ ମାରିବା ବନ୍ଦ ଥିଲା । ଏଣୁ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା। ଆଉ ଏବେ କଇଁଛଙ୍କ ଅଣ୍ତାଦାନ ସମୟ ଆସିଥିବାରୁ ସମୁଦ୍ରରେ ମାଛ ମାରିବା ନେଇ କଟକଣା ଲାଗିଛି । ଏହାକୁ ମତ୍ସ୍ୟଜୀବୀ ମାନେ ସ୍ୱାଗତ କରିଥିବା ବେଳେ ସେମାନଙ୍କୁ ଆର୍ଥିକ ସହାୟତା  ପ୍ରାଦନ ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି। ପ୍ରାକୃତିକ ଓ ଜୌବ ବିବିଧତା ରକ୍ଷା ଓ ସମୁଦ୍ରରେ ସନ୍ତୁଳନ ରକ୍ଷା ଦିଗରେ ଅଲିଭ ରିଡ଼ଲେ କଇଁଛଙ୍କ ଗୁରୁତ୍ୱପୁର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କ ସୁରକ୍ଷା ସହ ଅଣ୍ତା ଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.