Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

କୂଅରୁ ଉଦ୍ଧାର ହେଲା ଫିସିଙ୍ଗ କ୍ୟାଟ୍, ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଛଡାଯିବ ଜଙ୍ଗଲରେ

9/07/2021 at 1:52 PM

ସାନଖେମୁଣ୍ଡି ୯।୭: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ ବିଭାଗ ଅନ୍ତର୍ଗତ ଅନଙ୍ଗପୁର ଗ୍ରାମର ଏକ କୂଅରୁ ବିରଳ ପ୍ରଜାତିର ପଶୁକୁ ଦିଗପହଣ୍ଡି ଅଗ୍ନିଶମ ବିଭାଗ ସହଯୋଗରେ ଉଦ୍ଧାର କରିଛି ଦିଗପହଣ୍ଡି ବନ ବିଭାଗ । କୂଅରେ ପଡିଥିବା ବେଳେ ଏହି ପଶୁକୁ ଗ୍ରାମବାସୀ ଦେଖିଥିଲେ ।  ପରେ ବନ ବିଭାଗକୁ ସୂଚନା ଦେଇଥିଲେ କଲରାପତିରିଆ ବାଘ ବୋଲି ସୂଚନା ପାଇ ଦିଗପହଣ୍ଡି ବନ ବିଭାଗର ଟିମ୍ ପହଞ୍ଚିଥିବା ବେଳେ ଉକ୍ତ ପ୍ରଜାତିର ପଶୁକୁ ଦେଖି ବାଘ ନୁହଁ ବୋଲି ସୂଚନା ଦେଇଥିଲେ ଦିଗପହଣ୍ଡି ରେଞ୍ଜର । ପରେ ଫିସିଙ୍ଗ କ୍ୟାଟ୍ ବା ମାଛ ଖିଆ ବିରାଡି ବୋଲି ଦର୍ଶାଇଛନ୍ତି ।

ତେବେ ଲୋକ ହେଟା ବାଘ ବୋଲି ଭୟଭୀତ ଥିବାବେଳେ ରଶି ପକାଇ କୂଅରୁ ଉଦ୍ଧାର କରି କାବୁ କରିଛନ୍ତି ଦିଗପହଣ୍ଡି ଅଗ୍ନିଶମ ବାହିନୀ ।  ପରେ ଦିଗପହଣ୍ଡି ବନ ବିଭାଗ ଫିସିଙ୍ଗ କ୍ୟାଟକୁ ଉଦ୍ଧାର କରି ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ପରେ ଜଙ୍ଗଲ ଛଡାଯିବ। ଏନେଇ ବ୍ରହ୍ମପୁର DFO ଅମ୍ଳାନ ନାୟକ ସୂଚନା ଦେଇଛନ୍ତି ।

   Related Posts