ପାରାଦୀପରେ କଇଁଛ କଟକଣା ପାଇଁ ସମୁଦ୍ର କୁଳରେ ମାଛ ଧରିବା ମନା

Published By : Prameya-News7 Bureau | November 01, 2018 IST

 ପାରାଦୀପ ୧/୧୧: କଇଁଛ ସୂରକ୍ଷା ପାଇଁ ଆରମ୍ଭହେଲା କଟକଣା । କୂଳ ଫିସିଙ୍ଗ ଉପରେ ଲାଗିଲା ରୋକ୍ । ମୁହାଁଣମୁହଁ ପୋତିହୋଇଯିବାରୁ ଏକ ମାତ୍ର ବରୁଣେଇ ଦେଇ ମାଛ ଧରିବାକୁ  ଯାଉଥିବାବଳେ ସେଠିବି ହେଲା ୬ମାସ ପାଇଁ ନିସିଦ୍ଧାଚଂଳ । ଯାହାକୁ ନେଇ ଚିନ୍ତାରେ ଏବେ ମତ୍ସ୍ୟଜିବୀ ଓ ମତ୍ସ୍ୟବ୍ୟବସାୟୀ।  ପାରାଦୀପ କଳକାରଖାନା ଓ ବନ୍ଦରପାଇଁ  ଯେତିକି ପ୍ରସିଦ୍ଧ ସେତିକି ମଧ୍ୟ ମାଛ ଓ ଶୁଖୁଆ ପାଇଁ ପ୍ରସିଦ୍ଧ । ଦେଶ ବିଦେଶକୁ ମାଛ ଶୁଖୁଆ ରପ୍ତାନୀ କରି ପାରାଦୀପ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ହେଲେ ଏବେ ଏହି ମାଛ ଧରା ଉପରେ ଧୀରେ ଧୀରେ ସରକାରଙ୍କ ଅଙ୍କୁଶ ଏଠାକାର ମତ୍ସ୍ୟଜିବୀ ଓ ମତ୍ସ୍ୟବ୍ୟବସାୟୀଙ୍କର ଚିନ୍ତା ବଢାଇଦେଇଛି । ନଭେମ୍ବର ୧ ତାରିଖ ଠାରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ କଇଁଛ ସୁରକ୍ଷା ପାଇଁ କୂଳ ଫିସିଙ୍ଗ ଉପରେ ଲାଗିଛି କଟକଣା । ତେବେ ସମୁଦ୍ର ମୁହାଁଣମୁହଁ ପୋତି ହୋଇଯିବାରୁ ମତ୍ସ୍ୟଜିବୀ ମାନଙ୍କୁ ଜଟିଳ ସମସ୍ୟାରେ ଛନ୍ଦି ଦେଇଛି । ଏହି ସମୟରେ ଗଭିର ଜଳରାଶିରୁ କୂଳକୁ  କଇଁଛ ମାନେ ଆସି ଅଣ୍ଡା ଦେଇଥାନ୍ତି । କଇଁଛମାନଙ୍କ ସୁରକ୍ଷାପାଇଁ ସମୁଦ୍ର କୂଳରୁ ୨୦ନଟିକାଲ ମାଇଲ ଅର୍ଥାତ ୨୨ କିଲୋମିଟର ପର୍ଯ୍ୟନ୍ତ  ଫିସିଙ୍ଗ କରିବାପାଇଁ ବାରଣ କରାଯାଇଥାଏ । ସେଥିପାଇଁ ବରୁଣେଇ ବାଟଦେଇ ମାଛଧରା ବୋର୍ଟ ଗୁଡିକ ଯିବାଆସିବା ଚାଲୁରଖିଥିବାବଳେ ଏବେ ସେହି ବାଟକୁ କଇଁଛ ସୁରକ୍ଷା ପାଇଁ ସମ୍ପୁର୍ଣ ବନ୍ଦ କରିଦିଆଯାଇଛି । ଫଳରେ ମାଛଧରା ଟ୍ରଲର ଗୁଡିକ ବାଧ୍ୟ ହୋଇ ମୁହାଁଣମୁହଁର ବିପଦ ରାସ୍ତା ଦେଇ ଯିବାକୁ ବାଧ୍ୟ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.