ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ପୁଣି ମାଛ ମାରିଲେ ଲୋକେ, ଭିଡିଓ ଭାଇରାଲ୍

Published By : Prameya-News7 Bureau | October 29, 2021 IST

ସମ୍ବଲପୁର ୨୯।୧୦: ହୀରାକୁଦ ଡ୍ୟାମ୍ ନିଷିଦ୍ଧାଞ୍ଚଳରେ ପୁଣି ମାଛ ମାରିଲେ ସ୍ଥାନୀୟ ଲୋକେ । ହୀରାକୁଦ ଡ୍ୟାମ୍ ବୁର୍ଲା ପଟ ସ୍ଲୁଇସ୍ ଗେଟ୍ ତଳେ ମାଛ ମାରୁଥିବା ଭିଡିଓ ଭାଇରାଲ୍ ହୋଇଛି । ତେବେ ଏତେ ସୁରକ୍ଷା ବ୍ୟବସ୍ଥା ଥାଇ ସୁଦ୍ଧା କେମିତି ଡ୍ୟାମ୍ ତଳେ ମାଛ ମାରିବାକୁ ପ୍ରବେଶ କଲେ ସନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେତେବେଳେ ସୁରକ୍ଷା ଦୃଷ୍ଟି କୋଣରୁ ଗତ ଦୁଇ ବର୍ଷ ହେବ ହୀରାକୁଦ ଡ୍ୟାମକୁ ପର୍ଯ୍ୟଟକ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାରଣ ରହିଛି । ସେଭଳି ସ୍ଥିତିରେ ସୁରକ୍ଷାକର୍ମୀ କେମିତି ମାଛ ମାରିବାକୁ ଅନୁମତି ଦେଲେ ତାହା ଚର୍ଚ୍ଚାର ବିଷୟ ପାଲଟିଛି ।

wp:embed {"url":"https://www.youtube.com/embed/fHGtDq224e4","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/fHGtDq224e4
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.