ଜାଲରେ ପଡିଲା ଦୁର୍ଲଭ ସାର୍କ : ଉଦ୍ଧାର କରି ପାଣିରେ ଛାଡିଦେଲେ ମତ୍ସ୍ୟଜୀବୀ
5/02/2020 at 2:59 PM

କୋଝିକୋଡ ୫।୨: କେରଳରେ ଏକ ମତ୍ସ୍ୟଜୀବୀ ସମୂହ ଏବେ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଯେଉଁ ଭିଡିଓରେ ମତ୍ସ୍ୟଜୀବୀମାନେ ଏକ ସାର୍କ ମାଛକୁ ଜାଲରୁ ଉଦ୍ଧାର କରିବା ପରେ ସମୁଦ୍ର ମଧ୍ୟରେ ଛାଡୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓକୁ ଟ୍ବିଟରରେ ସେୟାର କରାଯାଇଛି । ଭିଡିଓରେ କିଛି ମତ୍ସ୍ୟଜୀବୀ ଜାଲରେ ଫସିଥିବା ହ୍ବେଲ୍ ସାର୍କକୁ ଉଦ୍ଧାର କରି ପୁଣି ଥରେ ସମୁଦ୍ରରେ ଛାଡୁଛନ୍ତି ।
କେରଳ କୋଝିକୋଡ ଜିଲ୍ଲାର ତଟବର୍ତ୍ତୀ ଅଞ୍ଚଳରେ ଏହି ସାର୍କଟିକୁ ଉଦ୍ଧାର କରାଯାଇଥିଲା । ଏହାର ଓଜନ ପ୍ରାୟ ୮୦୦କିଲୋଗ୍ରାମ । ଏହାର ପିଠିରେ ଧୂସର ଏବଂ ଧଳା ରଙ୍ଗ ରହିଛି । ଏହା ମହାସାଗରେ ମିଳୁଥିବା ସବୁଠୁ ବଡ ମାଛ । ଏହି ସାର୍କର ବଂଶ ଲୋପ ପାଇବାକୁ ବସିଲାଣି । ଭାରତୀୟ ବନ୍ୟଜୀବ ସଂରକ୍ଷଣ ଅଧିନିୟମ, ୧୯୭୨ ଅନୁସାରେ ଏହି ସଂରକ୍ଷିତ ପ୍ରଜାତିରେ ଗଣାଯାଇଥାଏ । ଆରବ ସାଗରର ନୀଳ ଜଳରାଶିରେ ଏହାକୁ ପାଇବା ଏକ ବିରଳ ପ୍ରୟାସ । ମତ୍ସ୍ୟଜୀବୀମାନେ ଏହି ସାର୍କକୁ ପାଇବା ପରେ ଏହାକୁ ପୁଣି ଥରେ ପାଣିରେ ଛାଡିଦେଇଛନ୍ତି ।