Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ହୀରାକୁଦ ଜଳଭଣ୍ଡାରରୁ ମାଛମାରୀ ପରିବାର ଚଳାଉଥିବା ମତ୍ସ୍ୟଜିବୀ ପରିବାର ଏବେ ଅସହାୟ

25/06/2018 at 1:50 PM

ହୀରାକୁଦ ଜଳଭଣ୍ଡାର ନିକଟବର୍ତ୍ତୀ ୧୦ଟି ଗାଁରେ ବାସକରୁଥିବା ୪ହଜାରରୁ ଅଧିକ ମତ୍ସ୍ୟଜିବୀ ପରିବାର ଏବେ ଭୋକ ଉପାସରେ ରହୁଛନ୍ତି। ପିଲାମାନେ ସ୍କୁଲ୍‌ ଯାଉନଥିବା ବେଳେ, ଘରେ ରୋଷେଇ କରିବାକୁ ଚାଉଳ ମୁଠାଏ ମଧ୍ୟ ନାହିଁ। ହୀରାକୁଦ ନଦୀବନ୍ଧ ନିର୍ମାଣ ବେଳେ ଏହି, ପରିବାର ଗୁଡିକ ବିସ୍ଥାପିତ ହୋଇଥିଲେ ମଧ୍ୟ, ସରକାରଙ୍କ କୌଣସି ସୁବିଧା ପାଇନଥିଲେ। ଏବେ ଜିଲ୍ଲାପ୍ରଶାସନ ହୀରାକୁଦ ଜଳଭଣ୍ଡାର ମଧ୍ୟରେ, ଜୁନ୍‌୧୫ ତାରିଖରୁ ଅଗଷ୍ଟ ୩୧ତାରିଖ ମଧ୍ୟରେ ମାଛମାରିବା ନିଷେଧାଦେଶ ଜାରୀ କରିଥିବାରୁ ଏହି ପରିବାର ଗୁଡିକ ଭୋକ ଉପାସରେ ପଡିରହିଛନ୍ତି। ଏହି ମତ୍ସଜିବୀମାନେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି,ସେମାନଙ୍କ ଅସୁବିଧା ଜଣାଇବା ସହ, ପୁର୍ବ ଓଡିଶାରେ ସମୁଦ୍ରରୁ ମତ୍ସ୍ୟଜିବୀଙ୍କୁ ନିଷେଧାଦେଶ ସମୟରେ ମିଳୁଥିବା ସମସ୍ତ ସୁବିଧା,ହୀରାକୁଦ ଜଳଭଣ୍ଡାରରେ ମାଛମାରି ଚଳୁଥିବା ମତ୍ସ୍ୟଜିବୀଙ୍କୁ ମଧ୍ୟ ଦିଆଯାଉ ନଚେତ୍‌, ବର୍ଷସାରା ଜଳଭଣ୍ଡାରରୁ ମାଛମାରିବାକୁ ସୁଯୋଗ ଦିଆଯାଉ ବୋଲି ଏହି ମତ୍ସ୍ୟଜିବୀମାନେ ଦାବି କରିଛନ୍ତି….
ଏ ସଂପର୍କରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ତ ଅଭିଯୋଗ କରିବା ସହ, ପରିବାର ଚଳାଇବାକୁ ୪ହଜାର ମତ୍ସ୍ୟଜିବୀ ଅକ୍ଷମ ଥିବା ଜଣାଇଥିଲେ। ଜିଲ୍ଲାପାଳଙ୍କ କହିବା ହେଲା, ଜୁନ୍‌ରୁ ଅଗଷ୍ଟମାସ ମଧ୍ୟରେ,ମାଛମାନେ ପ୍ରଜନନ କରୁଥିବାରୁ,ଜଳଭଣ୍ଡାରରୁ ମାଛମାରିବାକୁ ଅନୁମତି ଦିଆଯାଉନାହିଁ। ପ୍ରତିବର୍ଷ ଏଭଳି ନିଷେଧାଦେଶ କଡାକଡି ଲାଗୁ କରାଯାଇଥାଏ। ଚଳିତବର୍ଷ ମଧ୍ୟ ଏହାକୁ ଲାଗୁ କରାଯାଇଛି। ତେବେ ମତ୍ସ୍ୟଜିବୀ ମାନଙ୍କ ସମସ୍ୟାର ସମାଧାନ କରାଯିବା ସହ, ଏହି ବ୍ୟାନ୍‌ ପିରିୟଡ୍‌ରେ ସେମାନଙ୍କୁ ୧୫ଶହ ଟଙ୍କା ଭତ୍ତା, ଟଙ୍କାକିଆ ଚାଉଳ ଯୋଜନାରେ ସାମିଲ୍‌ କରିବା ସହ, ଆଉ କିପରି ସୁବିଧା ଦିଆଯାଇପାରିବ ସେ ନେଇ, ବିସ୍ତୃତ ରିପୋର୍ଟ ଜିଲ୍ଲା ମତ୍ସ୍ୟବିଭାଗର ଉପ-ନିର୍ଦ୍ଦେଶକ ପ୍ରସ୍ତୁତ କରୁଛନ୍ତି। ଦିନେ ଦୁଇଦିନ ମଧ୍ୟରେ ତାହା ରାଜ୍ୟ ସରକାରଙ୍କୁ ପଠାଯାଇ, ସରକାରଙ୍କ ନିର୍ଦ୍ଦେଶମୁତାବକ, କ୍ଷତିଗ୍ରସ୍ତ ମତ୍ସ୍ୟଜିବୀ ମାନଙ୍କୁ ସାହାଯ୍ୟ କରାଯିବ ବୋଲି କହିଛନ୍ତି,ସମ୍ବଲପୁର ଜିଲ୍ଲାପାଳ….

   Related Posts