ମାଛ ପେଟରୁ ବାହାରିଲା ମୂଲ୍ୟବାନ ଜିନିଷ, ରାତାରାତି କୋଟିପତି ହୋଇଗଲେ ମତ୍ସ୍ୟଜୀବୀ

Published By : Prameya-News7 Bureau | June 04, 2021 IST

ୟେମେନ ୪।୬: କଥାରେ ଅଛି ଯଦି ଭାଗ୍ୟ ଆପଣଙ୍କ ସାଥ୍ ଦିଏ ତେବେ ସବୁ ଅସମ୍ଭବ ସମ୍ଭବ ହୋଇପାରେ । ଭାଗ୍ୟ ଯଦି ସାଥ୍ ଦିଏ ଭିକାରୀରୁ ଜଣେ କୋଟିପତି ମଧ୍ୟ ହୋଇପାରେ । ୟେମେନରେ ରହୁଥିବା ମତ୍ସ୍ୟଜୀବୀଙ୍କର ମଧ୍ୟ ଏମିତି ଭାଗ୍ୟ ବଦଳିଗଲା । ସମୁଦ୍ରରେ ମାଛ ଧରିବା ପାଇଁ ପକାଯାଇଥିବା ଜାଲରୁ ଏହି ମତ୍ସ୍ୟଜୀବୀଙ୍କୁ ମିଳିଲା ମୃତ ସାର୍କ ମାଛ । ସବୁଠୁ ଆଶ୍ଚର୍ଯ୍ୟ ଥିଲା ଏହା ପେଟରେ ଲୁଚି ରହିଥିବା ଜିନିଷ ।

ମତ୍ସ୍ୟଜୀବୀମାନଙ୍କୁ ଏହି ମୃତ ମାଛର ପେଟରୁ ଆମ୍ବରଗ୍ରୀସ୍ ନାମକ ଏକ ଧୂସର ରଙ୍ଗର ପଥର ମିଲିଥିଲା । ଆମ୍ବରଗ୍ରୀସ୍ ଅର୍ଥାତ ହ୍ବେଲର ବାନ୍ତି । ଏହା ବହୁତ ମୂଲ୍ୟବାନ ହୋଇଥାଏ । ଏହା କ୍ବିଚିତ ମିଳିଥାଏ ଏବଂ ବଜାରରେ ଏହାର ମୂଲ୍ୟ କିଲୋଗ୍ରାମ ପ୍ରତି ୩୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ । ଏହା ଅତ୍ୟନ୍ତ ବିରଳ ଏବଂ ଏହା ପରଫ୍ୟୁମ ଇଣ୍ଡଷ୍ଟ୍ରିରେ ବ୍ୟବହୃତ ହୋଇଥାଏ । ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲ ଅନୁଯାୟୀ, ଚାନେଲ୍ ଏବଂ ଲାନଭିନ୍ ଭଳି ବ୍ରାଣ୍ଡର ପରଫ୍ୟୁମ ପ୍ରସ୍ତୁତି ପାଇଁ ଏହାର ବ୍ୟବହାର ହୋଇଥାଏ ।

ଯେତେବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ମୃତ ସାର୍କ ପଡିଥିଲା ସେତେବେଳେ ସେଥିରୁ ପ୍ରଚୁର ଗନ୍ଧ ବାହାରୁ ଥିଲା । ସେତେବେଳେ ସେମାନଙ୍କୁ ସନ୍ଦେହ ହୋଇଥିଲା ଯେ ସେଥିରେ ଆମ୍ବରଗ୍ରୀସ୍ ଥାଇପାରେ ।ମତ୍ସ୍ୟଜୀବୀମାନେ ସାର୍କର ପେଟକୁ କାଟି ଏହାକୁ ବାହାର କରିଥିଲେ । ଏହା ଏତେ ବଡ ଥିଲା ଯେ ଯାହାର ମୂଲ୍ୟ ୧୧ କୋଟିରୁ ଅଧିକ ଟଙ୍କା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.