ମାଛ ମାରିବାକୁ ମତ୍ସ୍ୟଜୀବୀଙ୍କ ଉପରେ ଲାଗୁଛି କଟକଣା, ଗହିରମଥାରେ ନିର୍ଦ୍ଦିଷ୍ଟ ନିୟମ ଲାଗୁ କରିବାକୁ ଦାବି

Published By : Prameya-News7 Bureau | August 19, 2019 IST

ବାଲେଶ୍ବର ୧୯|୮:  ଜୀବନକୁ ବାଜି ଲଗାଇ ସମୁଦ୍ରକୁ ମାଛ ମାରିବାକୁ ଯାଉଛନ୍ତି ମତ୍ସ୍ୟଜୀବୀ । ହେଲେ ସେମାନଙ୍କ ଉପରେ ଲାଗୁଛି ଅନେକ କଟକଣା ।କେତେବେଳେ ମାଫିଆର ଆଖ୍ୟା ଦେଇ ସେମାନଙ୍କୁ ଗିରଫ କରାଗଲାଣି ତ ପୁଣି କେତେବେଳେ ସେମାନଙ୍କ ବୋଟ୍ ଛଡାଇ ନିଆଯାଉଛି । ଜଙ୍ଗଲ ବିଭାଗର ଏପରି ଦାଦାଗିରିକୁ ବିରୋଧ କରିଛି ମତ୍ସ୍ୟଜୀବୀ ସଂଘ । ଗହିରମଥା ପାଇଁ ନିର୍ଦ୍ଦିଷ୍ଟ ନିୟମ କରିବାକୁ ଦାବି କରିଛନ୍ତି ମତ୍ସ୍ୟଜୀବୀ ।

{"id":146166}

ପେଟ ପାଟଣା ପାଇଁ ବାଜିରେ ଲାଗିଛି ଜୀବନ । ସମୁଦ୍ରରେ ମାଛ ମାରି ଜୀବିକା ନିର୍ବାହ କରନ୍ତି ରାଜ୍ୟର ପ୍ରାୟ ୩ଲକ୍ଷ ମତ୍ସ୍ୟଜୀବୀ । ସମୁଦ୍ରରେ ମାଛ ଧରିବାକୁ ୨୮ହଜାରରୁ ଅଧିକ ବୋଟ ନିୟୋଜିତ ହୋଇଛି । ଦିନ ଥିଲା ବର୍ଷ ତମାମ ସମୁଦ୍ରରୁ ମାଛ ମାରି ଭଲ ଦି ପଇସା ରୋଜଗାର କରୁଥିଲେ ମତ୍ସ୍ୟଜୀବୀ । କିନ୍ତୁ ଗତ ୬ବର୍ଷ ହେବେ ମାଛମରା ଉପରେ କଟକଣା ଲାଗିଛି । ବର୍ଷକୁ ୨ ମାସ ମାଛଧରା ସମ୍ପୂର୍ଣ୍ଣ ବନ୍ଦ ରହୁଛି ।

{"id":146167}

ସେହିପରି ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ୨୦୦୪ ମସିହାରୁ ଗହିରମଥାରେ ମାଛ ମାରିବା ଉପରେ ୩ ମାସର କଟକଣା ଲାଗିଥିଲା । ପର୍ଯ୍ୟାୟ କ୍ରମେ ଏହାକୁ ୬ମାସକୁ ବୃଦ୍ଧି କରାଯାଇଛି । ଯାହା ମତ୍ସ୍ୟଜୀବୀଙ୍କ ଚିନ୍ତା ବଢାଇଛି । କେବଳ ସେତିକି ନୁହେଁ ବନ ବିଭାଗ କର୍ମଚାରୀ ସମସ୍ତ ନିୟମ ଉଲଂଘନ କରି ମତ୍ସ୍ୟଜୀବୀଙ୍କ ଉପରେ ଜୁଲମ କରୁଥିବା ଅଭିଯୋଗ ହୋଇଛି । କେତେବେଳେ ସେମାନଙ୍କୁ ଗରିଫ କରୁଛନ୍ତି ତ ପୁଣି କେତେବେଳେ ବୋଟ ଛଡାଇ ନେଉଥିବା କହିଛନ୍ତି ମତ୍ସ୍ୟଜୀବୀ ।

{"id":146168}

ମତ୍ସ୍ୟଜୀବୀମାନେ ଗହିରମଥାରେ ମାଛମରା ଏରିଆ ଚିହ୍ନଟ କରିବାକୁ ଦାବି କରିଛନ୍ତି । ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ନିଖିଳ ଓଡ଼ଶା ମତ୍ସ୍ୟଉତ୍ପାଦନ ମହାସଂଘ ପକ୍ଷରୁ ବାଲେଶ୍ବରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି ।ଏଥିରେ ଓଡ଼ଶା ଓ ପଶ୍ଚିମବଙ୍ଗ ମତ୍ସ୍ୟଜୀବୀ ସଂଘର କର୍ମକର୍ତ୍ତା ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ବିଜେଡିର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଯୋଗ ନେଇ ସମସ୍ୟାର ସମାଧାନ ନେଇ ସରକାରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି ।

{"id":146170}

ଯଦି ସରକାର ସେମାନଙ୍କର ସମସ୍ୟା ସମାଧାନ ନକରନ୍ତି ତେବେ ସେମାନେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟଜୀବୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.