୨ଟି ମାଛ ଧରି ଧନୀ ହୋଇଗଲେ ମତ୍ସ୍ୟଜୀବି, ଜାଣନ୍ତୁ କେଉଁ ପ୍ରଜାତିର ମାଛ...

Published By : Prameya-News7 Bureau | January 17, 2020 IST

ବର୍ତ୍ତମାନ ପର୍ଯ୍ୟନ୍ତ ଆପଣମାନେ ଶୁଣିଥିବେ ମସ୍ତ୍ରଜୀବୀମାନେ ମାଛ ବିକି ନିଜର ଦୈନିଦିନ ଜୀବନ ଭରଣପୋଷଣ କରିଥାନ୍ତି । ତେବେ ମାଛ ଧରି ଲୋକେ ଧନୀ ହୋଇଥିବା କଥା କମ୍‌ ଶୁଣିବାକୁ ମିଳିଥାଏ । କିନ୍ତୁ ପାକିସ୍ତାନର କରାଚୀ ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଘଟଣା  । ମାଛଧରି ମସ୍ତ୍ରଜୀବୀମାନେ ମାଲାମାଲ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ କରାଚୀ ନିକଟରେ ଥିବା ଆରବସାଗରରେ ନିଜର ଦୈନଦିନ ଜୀବନ ଭଳି ୨ଜଣ ମସ୍ତ୍ରଜୀବୀ ମାଛ ଧରିବାକୁ ଯାଇଥିଲେ । ତେବେ ମାଛ ଧରିବା ଆଶାରେ ସେମାନେ ପାଣି ଭିତରକୁ ନିଜ ମାଛ ଧରିବା ଜାଲ ପକାଇଥିଲେ । କିନ୍ତୁ ସାଧାରଣ ତାଙ୍କ ଜାଲରେ ଏକ ବିରଳ ପ୍ରଜାତି ୨ଟି ମାଛ ପଡିଥିଲେ । ଯାହାର ମୁଲ୍ୟ ବଜାରରେ ଢେର୍‌ ଅଧିକ ରହିଛି । ବଜାରରେ୨ଟି  ମାଛ ବିକ୍ରି କଲା ତାଙ୍କୁ ୧୦-୧୦ ଲକ୍ଷ ଲେଖାଏଁ ରହିଥିଲା ।   

ତେବେ ଜାଲରେ ପଡିଥିବା ମାଛର ଓଜନ ୩୦-୪୦ କିଲୋଗ୍ରାମ । ଜାଲରେ ଧରାପଡିଥିବା ମାଛକୁ ଔଷଧ ନିର୍ମାଣରେ ବ୍ୟବହାର କରାଯାଇଥାଏ । ଏହି ମାଛର ମୁଲ୍ୟ ହଂଗକଂଗରେ ୨ଲକ୍ଷ ସ୍ଥାନୀୟ ଡଲାର ହିସାବରେ ବିକ୍ରି ହୁଏ । ସେହିଭଳ ଚୀନରେ ମଧ୍ୟ ଏହି ମାଛକୁ ଲୋକମାନଙ୍କ ଶୁଭ ବୋଲି ମାନିଥାନ୍ତି । ମାଛକୁ ବିଭିନ୍ନ ଦେଶରେ ବିଭିନ୍ନ ପ୍ରକାର ନାମକରଣ ହୋଇଥାଏ । ପାକିସ୍ତାନର ସିନ୍ଧୀ ଭାଷାରେ "ସଭ୍‌ଭା" ଓ ବଲୁଚିରେ ଏହା "କରଖା" ନାମରେ ନାମକରଣ କରାଯାଇଛି । କିନ୍ତୁ ବୈଜ୍ଞାନିକମାନେ ଏହାକୁ 'Argyrosomes japonicus'ନାମ ଦେଇଛନ୍ତି । ଏହି ସବୁ ମାଛ ଖାସକରି ପାକିସ୍ତାନ ବଲୁଚିସ୍ତାନ ଓ ସିନ୍ଧ ନିକଟସ୍ଥ ସମୁଦ୍ରତଟରେ ଦେଖାଯାଆନ୍ତି । ତେବେ ଜଳ ପ୍ରଦ୍ୟୁଷଣ ଲାଗିର ଏହିଭଳି ମାଛ ବିଲୁପ୍ତ ହେବାକୁ ଲାଗିଛନ୍ତି ବୋଲି  WWF ଭଳି ଏକ ସଂସ୍ଥା ଆଶଙ୍କା କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.