ମାଛଧରା ବନ୍ଦରରେ ମତ୍ସ୍ୟଜୀବୀଙ୍କ ମୄତଦେହ ଉଦ୍ଧାର : ପରିବାର ଲୋକଙ୍କ ପକ୍ଷରୁ ହତ୍ୟା ଅଭିଯୋଗ
6/01/2020 at 12:07 PM

ପାରାଦୀପ ୬/୧: ପାରାଦୀପ ମାଛଧରା ବନ୍ଦରରେ ଜଣେ ମତ୍ସ୍ୟଜୀବୀଙ୍କ ମୄତଦେହ ଉଦ୍ଧାର ହୋଇଛି। ମୄତକର ପରିଚୟ ଉପେନ୍ଦ୍ର ପରିଡ଼ା। ଘର ଭଦ୍ରକ ଅଞ୍ଚଳର ଚାରିବୁର୍ତି ବୋଲି ଜଣାପଡିଛି। ଉପେନ୍ଦ୍ର ଗତ ୧ ତାରିଖ ଦିନ ଘରକୁ ଫୋନକରି କଥା ହୋଇଥିବା ବେଳେ ତା’ପର ଦିନ ଅର୍ଥାତ୨ ତାରିଖ ଦିନ ଉପେନ୍ଦ୍ର କାମ କରୁଥିବା କାଳିଆ ସୁନା ବର୍ଟର ଡ୍ରାଇଭର ଉପେନ୍ଦ୍ର କୁଆଡ଼େ ପଳାଇ ଯାଇଛନ୍ତି ବୋଲି ଉପେନ୍ଦ୍ର ଙ୍କ ପରିବାରକୁ ଫୋନ ଯୋଗେ ଜଣାଇଥିଲେ।
ଏହାକୁ ନେଇ ଦୁଇ ତାରିଖ ଦିନ ପାରାଦୀପ ମେରାଇନ ଥାନାରେ ନିଖୋଜର ଏକ ଏତଲା ଦେଇଥିଲେ ପରିବାର ବର୍ଗ। ତେବେ ଆଜି ମାଛଧରା ବନ୍ଦରରେ ଉପେନ୍ଦ୍ର ଙ୍କ ମୄତଦେହ ଦେଖିବାକୁ ମିଳିଥିବାବେଳେ ପାରାଦୀପ ମେରାଇନ ଥାନା ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ଅନ୍ୟ ପଟରେ ଉପେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି।
Related Posts
ଚାନ୍ଦବାଲି: ଜାଲ ନୋଟ୍ ଜବତ, ଅଭିଯୁକ୍ତକୁ ଧରାଇ ଦେଲେ ମିଠା ଦୋକାନୀ
18 January 2021
ଭଦ୍ରକ: ଜାତୀୟ ସଡ଼କ ସୁରକ୍ଷା ମାସ ପାଳିତ
18 January 2021