ବୋଟ୍ ମାଲିକ ଜୁଲମ: ବୋଟରେ ମାଛ ନହେବାରୁ ବୋଟ ଚାଳକକୁ ଲଙ୍ଗଳା କରି ମାଡ: ଜୀବନ ହାରିଲେ ମତ୍ସ୍ୟଜୀବୀ

Published By : Prameya-News7 Bureau | November 21, 2018 IST

କେନ୍ଦ୍ରାପଡ଼ା ୨୧/୧୧: ମା ହରାଇଛି ପୁଅକୁ,ସ୍ତ୍ରୀ ହରାଇଛି ସ୍ବାମି କୁ , ଝିଅ ହରାଇଛି ବାପାକୁ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଜଣେ ମତ୍ସ୍ୟଜୀବି ଶ୍ରମିକଙ୍କ ପରିବାର । ବାପା ବିଷପିଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର  କାରଣ ଥିଲା ଭିନ୍ନ ପାରିବାରିକ କଳହ ନୁହେଁ ବରଂ ବୋଟରେ ମାଛ ନହେବାରୁ ବୋଟ ମାଲିକ ଘରୁ ଟେକିନେଇ ଅକଥନୀୟ ଅତ୍ୟାଚାର ମାଡ। ସର୍ବ ସମ୍ମୁଖରେ ଚଢି ଗଂଜି ପିନ୍ଧାଇ ମାଡ ମାରିବା ଓ ପରେ ଘର ଜମିବାଡି କାଗଜ ପତ୍ର ବନ୍ଧା ରଖିବା ସହିତ ବୋଟର ଖର୍ଚ ନିଦ୍ଧାରିତ ସମୟରେ ଦେଇପାରି ନଥିବାରୁ ଧମକ ।ଭୟରେ ଶେଷରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏପରି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ଥାନା ବତିଘର ପଂଚାୟତରେ ବରକୋଳିଖୋଳା ଗ୍ରାମରେ । ବରକୋଳିଖୋଳା ଗ୍ରାମର କମଲ ଦାସ  ପାରାଦ୍ବିପରେ ମନୋଜ ପ୍ରଧାନ ଙ୍କ ମା ମଙ୍ଗଳା ପ୍ରସାଦ ବୋଟରେ ଚାଳକ ଭାବେ କାମ କରୁଥିଲେ । କିଛି ଦିନ ଧରି ବୋଟରେ ଭଲମାଛ ହେଉନଥିବାରୁ  କମଲ ଦାସ ନେଇଥିବା ବୋଟ ମାଲିକ ଠାରୁ ଆଣିଥିବା ଅଗ୍ରିମ ଟଙ୍କା  ପରିଶୋଧ କରିବା ପାଇଁ ମନୋଜ ପ୍ରଧାନ ତାର ଭାଇ ସରୋଜ ପ୍ରଧାନ ପାରାଦ୍ବିପ  ନେହୁରୁ ବଙ୍ଗଳା ବେସ ଠାରେ କମଲକୁ ଧମକ ଦେଇଥିଲେ ୧୦ ଦିନ ଭିତରେ ଟଙ୍କା ଫେରାଇବା ପାଇଁ। ମାତ୍ର ୫ଦିନ ନହେଉଣୁ ମନୋଜ ପ୍ରଧାନଙ୍କ ସୁପରଭାଇଜର ଆସି କମଲ ଦାସ  କୁ ଘରୁ ନେଇଯାଇଥିଲେ ।  ଏହା ପରେ ପରିବାର ଲୋକ ଖୋଜା ଖୋଜି ପରେ ୩ଦିନ ପରେ ଖବର ପାଇଥିଲେ ବୋଟ ମାଲିକ ମନୋଜ ପ୍ରଧାନ କମଲ ଦାସକୁ ବାନ୍ଧିରଖି  ଅକଥନୀୟ   ଅତ୍ୟାଚାର କରିବା ସହିତ ଛାତିରେ ଜୋତା ପିନ୍ଧି ଚଢ଼ିଯିବା ସହିତ ପ୍ରଚୁର ମାଡ ମାରିଥିଲେ । ପରେ କମଲ ଦାସଙ୍କ ସ୍ତ୍ରୀ ସାବିତ୍ରି ଦାସ  ଛାଡି ଦେବା ପାଇଁ କାକୁତି ମିନତି ହୋଇଥିଲେ ମାତ୍ର ସେମାନେ ମଧ୍ୟ ସାବିତ୍ରି କୁ ଖରାପ ବ୍ୟବହାର କରିବା ସହିତ ୨୪ ଘଣ୍ଟା ସମୟ ଦେଇଥିଲେ ଟଙ୍କା ଫେରାଇ ଦେବା ପାଇଁ । ଏହା ପରେ କମଲ ଦାସକୁ ଛାଡିଦେଇଥିଲେ କିନ୍ତୁ ୨୪ଘଣ୍ଟା ମଧ୍ୟ ସମୟ ଦେଇ  ନଥିଲେ। ପୁଣି ଆସି ଘରୁ ୬ଜଣ ଗୁଣ୍ଡା ଆସି ଟେକି ନେଇ ଯିବା ପାଇଁ ଧମକ ଦେଇଦେଇଥିଲେ । କମଲ ଦାସ ତାଙ୍କୁ ଦେଖି ଲୁଚି ଯାଇଥିଲା । କମଲ ଦାସ ସେ ଯିବା ପରେ ହାଟରେ ବୁଲୁଥିବା ବଳେ ମନୋଜ ପ୍ରଧାନ ତାର ସାଥିମାନେ ମିଶି ଚଢି ପିନ୍ଧାଇ ଲୋକଙ୍କ ସାମ୍ନା ରେ ମାଡ ମାରିଥିଲେ । ଏହା ପରେ କମଲ ଦାସ ଘରକୁ ଫେରି ନଥିଲା ବାଟରେ ଲୋକ ଲଜ୍ୟା ସହି ନପାରି ବିଷ ପିଇ ଦେଇଥିଲେ  । ବାଟରେ ମୁର୍ମୁଷ ଅବସ୍ଥାରେ ପରିବାର ଲୋକ ୧୮ ତାରିଖ ଦିନ କଟକ ବଡ ମେଡିକାଲରେ  ଭର୍ତି କରିଥିଲେ। ସେଠାରେ ଚିକିତ୍ସିତ ହେଉଥିବା ସମୟରେ ୧୯ତାରିଖ ଦିନ ୧୨ ଟା ସମୟରେ ମୃତ୍ୟୁ ବରଣ କରିଥିଲେ ।  ତାଙ୍କ ଉପରେ ହୋଇଥିବା ନିର୍ଯ୍ୟ।ତନା କଥା ପରିବାର ଆଗରେ କାନ୍ଦି କାନ୍ଦି କହି ଶେଷରେ ପ୍ରାଣ ହାରିଲେ । ଏହାପରେ କଟକ ମଙ୍ଗଳାବାଗ ଥାନା ଶବ ଜବତ କରି  ପୋଷ୍ଟମଟମ କରିଥିଲେ । ବାପାର ଶବ ପୁରୀ  ସ୍ବର୍ଗଦ୍ବାରରେ କରି ଆଜି ସଂଧ୍ୟାରେ ଜମ୍ବୁ ମେରାଇନ୍ ଥାନାରେ କମଲ ଦାସଙ୍କ ପୁଅ ଚନ୍ଦନ ଦାସ ଅଭିଯୋଗ କରିଛନ୍ତି । ବୋଟରେ ମାଛ ଧରି ଶ୍ରମିକ ଭାବେ କାମ କରି ପରିବାର ପୋଷୁଥିବା ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି କୁ ହରାଇ ଭାଙ୍ଗି ପଡିଛନ୍ତି । ସଂପୃକ୍ତ ବୋଟ ମାଲିକ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରି ନ୍ୟାୟ ଅପେକ୍ଷାରେ ପରିବାର ଲୋକ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.