ମାଛ ଧରିବା ବେଳେ ଅଘଟଣ, ବୋଟ୍‌ରୁ ଖସି ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ

Published By : Prameya-News7 Bureau | August 17, 2020 IST

ପାରାଦୀର ।୮: ମାଛ ଧରିବା ବେଳେ ଅଘଟଣ । ବୋଟ୍ ତଳକୁ ଖସିପଡି ସମୁଦ୍ରରେ ବୁଡି ମତ୍ସ୍ୟଜୀବୀଙ୍କ ମୄତ୍ୟୁ । ମୄତକ ଜଣଙ୍କ ରମେଶ । ତାଙ୍କ ବୟସ ୧୮ ବର୍ଷ । ତାଙ୍କ ଘର ଷଣ୍ଢକୁଦ ବସ୍ତିରେ ବୋଲି ଜଣାପଡିଛି ।

ସୂଚନା ଅନୁସାରେ ସୋମବାର ସକାଳୁ ପୋର୍ଣ୍ଣା- ୩ ନାମକ ଏକ ବୋଟରେ ରମେଶ ମାଛ ଧରିବାକୁ ସମୁଦ୍ର ଭିତରକୁ ଯାଇଥିଲେ । ଏହି ସମୟରେ କୌଣସି କାରଣରୁ ଭାରସାମ୍ୟ ହରାଇ ସେ ବୋଟରୁ ସମୁଦ୍ର ଭିତରକୁ ଖସି ପଡିଥିଲେ । ବୋଟରେ ଥିବା ଅନ୍ୟ ମତ୍ସ୍ୟଜୀବୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ସ୍ଥାନୀୟ ଅଠରବାଙ୍କୀ ମେଡିକାଲକୁ ଆଣିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୄତ ଘୋଷଣା କରିଥିଲେ । ପାରାଦୀପ ମେରାଇନ୍ ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରିବା ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.