ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ

Published By : Prameya-News7 Bureau | April 12, 2021 IST

ଢେଙ୍କାନାଳ ୧୨।୪: ମାଛ ଧରିବାକୁ ଯାଇ ନଦୀରେ ନିଜେ ବୁଡିଗଲେ ମାଛ ଧରାଳି । ଫଳରେ ମାଛ ଧରାଳିଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ଭୁବନ ଜୟପୁର ଗ୍ରାମ ବ୍ରାହ୍ମଣୀ ନଦୀରେ ଏପରି ଅଘଟଣ ଘଟିଛି । ମୃତ ମାଛ ଧରାଳି ଭୁବନ ଜୟପୁର ଗ୍ରାମର ନକୁଳ ତରାଇ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଜୟପୁର ଗ୍ରାମର ନକୁଳ ସହ ଦିରଜ ତରାଇ ଓ ଜଗବନ୍ଧୁ ମଳିକ ଜାଲ ଧରି ମାଛ ଧରିବାକୁ ବ୍ରାହ୍ମଣୀ ନଦୀକୁ ଯାଇଥିଲେ । ଜୟପୁର ଗ୍ରାମ ନିକଟ ମାଳପୁରା ଗ୍ରାମ ଘାଟ ନିକଟରେ ଜାଲ ବିଛାଉଥିବା ସମୟରେ ନକୁଳ ପାଣିରେ ବୁଡିଯାଇଥିଲେ । ତେବେ ଅନେକ ଖୋଜାଖୋଜି ପରେ ମାଳପୁରା ନଦୀ ଘାଟରୁ ତାଙ୍କର ମୃତଦେହ ସହ ମାଛ ଧରାଯାଉଥିବା ଜାଲ ଉଦ୍ଧାର କରାଯାଇଛି। ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗ୍ରାମବାସୀ ନକୁଳର ମୃତଦେହ ପାଣିରୁ ଉଦ୍ଧାର କରିସାରିଥିଲେ। ନକୁଳର ମୃତଦେହକୁ ଅଗ୍ନିଶମ ବାହିନୀ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ଖବର ପାଇ ଭୁବନ ପୋଲିସ ଶବକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.