Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ସମୁଦ୍ରରୁ ମିଳିଲା ଦୁର୍ଲଭ ମାଛ, ମାଲାମାଲ ହୋଇଗଲା ମତ୍ସ୍ୟଜୀବୀ

31/05/2021 at 2:45 PM

ନୂଆଦିଲ୍ଲୀ ୩୧/୫: କୁହାଯାଏ ଭଗବାନ ଯେତେବେଳେ କିଛି ଦିଅନ୍ତି ଆକାଶ ଫାଡି ଦିଅନ୍ତି । ପାକିସ୍ତାନର ବଲୁଚିସ୍ତାନର ଗ୍ୱାଦାରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ସହ ଏଭଳି ଘଟଣା ଘଟିଛି । ଗୋଟିଏ ମତ୍ସ୍ୟଜୀବୀଙ୍କୁ ଏମିତି ଏକ ଜିନିଷ ହସ୍ତଗତ ହୋଇଛି ଯାହା ତାଙ୍କୁ ମାଲାମାଲ କରିଦେଇଛି । ସମୁଦ୍ରରେ ମାଛ ଧରୁଥିବା ବେଳେ ହାତରେ ଲାଗିଥିଲା ବିରଳ ୪୮ କିଲୋଗ୍ରାମର କ୍ରୋକର ମାଛ । ରବିବାର ଥିବାରୁ ମାଛ ବି ବଢିଆ ଦାମରେ ହୋଇଛି ବିକ୍ରି ।

ଏହାର ଦାମ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏହି ମାଛ ପାକିସ୍ତାନରେ ୭୨ ଲକ୍ଷରେ ବିକ୍ରି ହୋଇଛି । ଯାହାର ଭାରତୀୟ ମୂଲ୍ୟ ୩୩ ଲକ୍ଷ ହେବ । ବାସ୍ତବରେ, ରିପୋର୍ଟ ଅନୁଯାୟୀ, କ୍ରୁକର ମାଛ ଧରାଯାଇଥିବା ମାଲିକଙ୍କ ନାମ ସାଜିଦ ହାଜି ଅବ୍ବାକର । ମାଛ ଧରିବା ସମୟରେ ସେ ଏପରି ମୂଲ୍ୟବାନ ମାଛ ପାଇଥିଲେ । ଗ୍ୱାଦାରର ମତ୍ସ୍ୟ ବିଭାଗର ଡେପୁଟି ଡାଇରେକ୍ଟର ଅହମ୍ମଦ ନାଦିମ ନିଶ୍ଚିତ କରିଛନ୍ତି ଯେ ଆଜି ପର୍ଯ୍ୟନ୍ତ ସେ କୌଣସି ମାଛକୁ ଏତେ ମୂଲ୍ୟରେ ବିକ୍ରି ହେଉଥିବା ଦେଖିନାହାଁନ୍ତି ।

ୟୁରୋପ ଏବଂ ଚାଇନାରେ ବଡ କ୍ରୋକର ମାଛ ପାଇଁ ବହୁତ ଚାହିଦା ଅଛି । ଏହାସହ ଏହି କ୍ରୋକର ମାଛରୁ ବିଭିନ୍ନ ପ୍ରକାର ଔଷଧ କରାଯାଇଥାଏ । ଯାହାକି ସର୍ଜରୀ ସମୟରେ ଲାଗିଥାଏ । ସେଥିପାଇଁ ଏହାର ଦାମ ବି ଅଧିକ ରହିଥିାଏ ।

   Related Posts